ଜାଲ କାଗଜପତ୍ରରେ ରିଲିଫ ଫଣ୍ଡରୁ ଲୁଟିବା ପ୍ଲାନ, ବନ୍ଧା ହେଲେ ଅଭିଯୁକ୍ତ

ଭୁବନେଶ୍ୱର: ଜାଲ କାଗଜପତ୍ର ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଟଙ୍କା ପାଇବା ଉଦ୍ୟମ ବିଫଳ । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଘଟଣାରେ ସଂପୃକ୍ତ ଥିବା ଅନ୍ୟ ମିଡିଲ ମ୍ୟାନଙ୍କୁ ଧରିବାକୁ ଖୋଜା ଚାଲିଛି । ଜାଲ କାଗଜପତ୍ର ଜରିଆରେ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଟଙ୍କା ଠକିବା ପାଇଁ କରୁଥିଲେ ଉଦ୍ୟମ । ଚିକିତ୍ସା ନହୋଇ ଦଲାଲ ଜରିଆରେ ଏକ ଘରୋଇ ହସ୍ପିଟାଲର ଜାଲ କାଗଜପତ୍ର ଜରିଆରେ ୫ ଲକ୍ଷ ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ ।
ଘଟଣାରେ ମୁଖ୍ୟ ଅଭିଯୁକ୍ତ ହସ୍ପିଟାଲର ଦଲାଲ ଦିଲ୍ଲୀପ ବେହେରାକୁ ଗିରଫ କରିଛି ପୋଲିସ । ୪୦ ପ୍ରତିଶତ କମିଶନରେ କରୁଥିଲା ଦଲାଲି । ତିନି ଜଣଙ୍କର ଫେକ୍ ଆଇଡି ନେଇ ରିଲିଫ ଫଣ୍ଡରୁ ଟଙ୍କା ଲୁଟିବା ପାଇଁ ଉଦ୍ୟମ କରିଥିଲେ ବୋଲି ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମଧ୍ୟ ଚଞ୍ଚକତା କରିବାକୁ ପ୍ରୟାସ କରୁଥିବା ଏଭଳି ଅଭିଯୁକ୍ତଙ୍କ ପାଇଁ ସାବଧାନ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।