ଭୁବନେଶ୍ୱର: ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ରରେ ବିଜେବି କଲେଜରେ ଆଡମିଶନ ଘଟଣାରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି । ଚଳିତବର୍ଷ ହେବାକୁ ଥିବା ନାମଲେଖା ବାତିଲ ନେଇ OCACକୁ ଅବଗତ କରାଇଲା ବିଭାଗ । ସେହିପରି SAMS ପୋର୍ଟାଲରେ ଅପଡେଟ୍ କରାଇବାକୁ ବିଭାଗ କହିଛି । ମିଳିଥିବା ସୂଚନା ମୁତାବକ 2019ରୁ ଏଯାଏ ଜାଲ୍ ପ୍ରମାଣପତ୍ରରେ ନାମ ଲେଖାଇଛନ୍ତି ୮ଛାତ୍ରଛାତ୍ରୀ । ଏନେଇ OCAC ଜିଏମଙ୍କୁ ଉଚ୍ଚଶିକ୍ଷା ବିଭାଗ ଉପନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି ।
ସେପଟେ ଏହି ଘଟଣାରେ ୨ଅଭିଯୁକ୍ତଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ । ମାନସ ବେଜ ଓ ନିରଞ୍ଜନ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
୫ନକଲି ପ୍ରମାଣପତ୍ର ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ନିୟମିତ ଜାଲ ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିଲେ । ୪୦ହଜାର ଟଙ୍କାରେ ଯୋଗାଉଥିଲେ ଜାଲ୍ ପ୍ରମାଣପତ୍ର । ଏଭଳି ରାକେଟ କାମ କରୁଥିଲା । ଟଙ୍କା ନେଇ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରୁଥିଲା ।

