spot_img

Latest Posts

ଜମି ବାଡି ବିବାଦକୁ କେନ୍ଦ୍ରକରି ପଡୋଶୀଙ୍କୁ ଆକ୍ରମଣ

ଦେବଗଡ଼: ଜମି ବାଡି ବିବାଦକୁ କେନ୍ଦ୍ରକରି ପଡୋଶୀଙ୍କୁ ଆକ୍ରମଣ । ଆକ୍ରମଣରେ ବାପ ପୁଅ ଗୁରୁତର । ରିଆମାଳ ଥାନା ଟିଙ୍କବୀର ଖଲିପଶି ସାହିରେ ଘଟିଛି ଏଭଳି ଘଟଣା । ଖଲିପଶି ସାହିର ମୁନୁ ସାହୁଙ୍କ ଚାଷ ଜମି ନିକଟରେ ପଡୋଶୀ ମିଟୁ ଧଳଙ୍କ ଚାଷ ଜମି ରହିଛି l ଦୁଇଦିନ ତଳେ ମୁନୁ ଜେସିବି ଦ୍ବାରା ଜମି ସଜାଡୁଥିବାବେଳେ କିଛି ମାଟି ମିଟୁଙ୍କ ଜମିରେ ପଡିଯାଇଥିଲା । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ମୁନୁ ସାହୁ ଓ ତାଙ୍କ ପୁଅ ବାଇକରେ ଫେରୁଥିବାବେଳେ ମିଟୁ ଧଳ ଓ ତାଙ୍କ ପୁଅ ପପୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ l ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଛତାବର ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଏନେଇ ମୁନୁଙ୍କ  ବୋହୁ ସୁପ୍ରଭା ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍ ।

Latest Posts

Don't Miss