ଗୋ ହତ୍ୟାକୁ ଦଣ୍ଡନୀୟ ଅପରାଧ ଘୋଷଣା କର : ସ୍ବାମୀ ଶ୍ରୀ ଅଭିମୁକ୍ତେଶ୍ବରାନନ୍ଦଜୀ ସରସ୍ବତୀ ମହାରାଜ

ନନ୍ଦିଘୋଷ ବ୍ୟୁରୋ: ଗୋ ହତ୍ୟାକୁ ଦଣ୍ଡନୀୟ ଅପରାଧ ଘୋଷଣା କର । ନହେଲେ ଲୋକେ ପୁଣି ତୁମକୁ ସରକାରରୁ ହଟାଇବେ । ପୁଣି ବିକଳ୍ପ ଦଳ କ୍ଷମତାକୁ ଆସିବ । ଗୋଟିଏ ଦେଶ ଗୋଟିଏ ଇଲେକ୍ସନ କଥା ଚିନ୍ତା କରୁଛ । ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ ନିୟମ ଆଣୁଛ । ସେମିତି ଗୋଟିଏ ଦେଶ ଗୋଟିଏ ଗୋ ରକ୍ଷା କାନୁନ୍ ଆଣ । ଆଜି ଭୁବେନଶ୍ବରରେ ଗୋ-ଧ୍ବଜ ସ୍ଥାପନା ଅବସରରେ କେନ୍ଦ୍ରର ବିଜେପି ସରକାରଙ୍କୁ ଏଭଳି କଡା ସମାଲୋଚନା କରିଛନ୍ତି ସ୍ବାମୀ ଶ୍ରୀ ଅଭିମୁକ୍ତେଶ୍ବରାନନ୍ଦଜୀ ସରସ୍ବତୀ ମହାରାଜ । ଗୋ-ଧ୍ବଜ ସ୍ଥାପନା ଭାରତ ଯାତ୍ରାରେ ଭୁବନେଶ୍ବର ଠାରେ ଆୟୋଜିତ ଏହି ଗୋ-ଧ୍ବଜ ସ୍ଥାପନା କାର୍ଯ୍ୟକ୍ରମରେ ମହାରାଜ କହିଛନ୍ତି ଭାରତର ନେତାମାନେ ବହୁତ ଚାଲାକ । କିଛି ରାଜ୍ୟରେ ଗୋ ମାତାଙ୍କୁ ହତ୍ୟା ବିରୁଦ୍ଧରେ କାନୁନ୍ ଆଣୁଛନ୍ତି । ଏଥିରେ କୁହାଯାଉଛି ଏଠି ଗୋ ମାତାଙ୍କୁ ମାରନି । କିନ୍ତୁ ଅନ୍ୟ ସ୍ଥାନକୁ ନେଇ ମାର । ଏହି ପରିସ୍ଥିତିରେ ପୁରା ଭାରତରେ ଗାଈ ରକ୍ଷା ପାଇଁ ଗୋଟିଏ ନିୟମ ଆସୁ । କଂଗ୍ରେସ ସରକାର ସମୟରେ ଏଭଳି ଗୋ ହତ୍ୟା ବଢିବାରୁ ଲୋକେ ବିଜେପି ସରକାର ଆଣିଲେ । କିନ୍ତୁ ବିଜେପି ସରକାର ଦୋ ମୁହାଁ ନୀତି ଆପଣେଇଛି । ନାଗାଲାଣ୍ଡରେ ବିଜେପି ସରକାର । ବିଜେପି ସରକାର ଆସିବା ପରେ ଭାରତ ଗୋମାଂସ ଚାଲାଣରେ ଦୁଇ ନମ୍ବର ରହିଛି । ତେଣୁ ଗୋ ହତ୍ୟାକୁ ଦଣ୍ଡନୀୟ ଅପରାଧ ଘୋଷଣା କରାଯାଉ । ଗାଈକୁ ରାଜ୍ୟମାତା ହିସାବରେ ଘୋଷଣା କରାଯାଉ । ଶିବସେନା ଗାଇକୁ ରାଜ୍ୟମାତା ଘୋଷଣା କରିଛନ୍ତି । ତେଣୁ ମହାରାଷ୍ଟରେ ଶିବସେନାକୁ ଆଶୀର୍ବାଦ ଦେଇଛି । ବିଜେପି ଭାବୁଛି ଦେଶରେ ବିକଳ୍ପ ନାହିଁ । କିନ୍ତୁ ପାପ ବଢିଲେ ବିକଳ୍ପ ଆପେ ଆପେ ସୃଷ୍ଟି ହୁଏ । ଲୋକ ନିଶ୍ଚୟ ପରିବର୍ତ୍ତନ କରିବେ ।