ଗଣମାଧ୍ୟମ ପ୍ରତିନିଧିଙ୍କୁ ଲାଞ୍ଚୁଆ କହିଲେ ବିଜେପି ନେତା, ଏତଲା ଦେଲେ ସାମ୍ବାଦିକ

କଳାହାଣ୍ଡି: ମମିତା ମେହେର ହତ୍ୟା ମାମଲାରେ ଗଣମାଧ୍ୟମ ପ୍ରତିନିଧି ଟଙ୍କା ଖାଇ ଗୃହ ରାଜ୍ୟ ମନ୍ତ୍ରୀଙ୍କ ସପକ୍ଷରେ ଖବର ପ୍ରସାରଣ କରୁଥିବା ଆରୋପ ଲଗାଇଛି ବିଜେପି  । ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ ସାଧାରଣ ସଭାରେ ଦେଇଥିବା ବୟାନ କୁ ନେଇ ଜିଲ୍ଲା ସାମ୍ବାଦିକ ସମୂହ ତୀବ୍ର ବିରୋଧ କରାଯାଇଛି  ।  ସେପଟେ ଅଜୟ ପାଣିଗ୍ରାହୀଙ୍କ ଏଭଳି ଆରୋପକୁ ବିରୋଧ କରାଯିବା ସହ ଏତଲା ଦାୟର କରିଛନ୍ତି ଜିଲ୍ଲା ସାମ୍ବାଦିକ ।

ବିଜେପି ଦଳ ଏନେଇ ଅଜୟ ପାଣିଗ୍ରାହୀ ବିରୋଧ ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଓ ରାଜ୍ୟ ବିଜେପି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଆଜି ଭବାନୀପାଟଣା ଠାରେ  ସମୁହ ସାମ୍ବାଦିକ ଦ୍ୱାରା ଆୟୋଜିତ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାମ୍ବାଦିକ ମାନେ ଖରା ବର୍ଷାକୁ ଖାତିର ନକରି ଖବର ସଂଗ୍ରହ ଜାରି ରଖିଛନ୍ତି  ।

ଘଟଣାର ସତ୍ୟତା ଏବଂ ଦୋଷୀକୁ ସଠିକ ଦଣ୍ଡ ମିଳିବା ନେଇ ଅହରାତ୍ର ଖବର ସଂଗ୍ରହ ଜାରି କରିଛନ୍ତି ସାମ୍ବାଦିକ  । କିନ୍ତୁ ବିଜେପି ଭଳି େକ ଜାତୀୟ ଦଳର ସଭ୍ୟ ସାମ୍ବାଦିକଙ୍କୁ ନେଇ ଏଭଳି ଆରୋପ ଲଗାଇବା ଠିକ ନୁହେଁ ବୋଲି କହିଛନ୍ତି ସାମ୍ବାଦିକ  । ଆଗାମୀ  ଦିନରେ ଦଳ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଜ୍ୟ ବିଜେପିକୁ ଲିଖିତ ଅଭିଯୋଗ କରିଯାଇଛି  ।

Leave a Reply

ନଜର ପକାନ୍ତୁ