ଗଜପତିରେ ପୋଲିସ ଡିଜି ଅଭୟ, ଆଇନଶୃଙ୍ଖଳା ବ୍ୟବସ୍ଥାର କଲେ ସମୀକ୍ଷା
ଗଜପତି: ପୋଲିସ ଡିଜି ଅଭୟ ଗଜପତି ଗସ୍ତରେ ଅଛନ୍ତି । ଗଜପତି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଇନଶୃଙ୍ଖଳା ବ୍ୟବସ୍ଥା ଓ ଗଞ୍ଜେଇ ଚୋରାଚାଲାଣର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ଜିଲ୍ଲାରେ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବାବେଳେ, ରୋକ୍ ଲଗାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି ପୋଲିସ ଡିଜି ।
ବିଶେଷ କରି ଜିଲ୍ଲାର ଅଡବା, ମୋହନା ଓ ଆର ଉଦୟଗିରି ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ବୃଦ୍ଧି ପାଇଛି । ଡିଜିପିଙ୍କ ଗସ୍ତ ଅବସରରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଜପତି ଏସପି ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହିଛନ୍ତି ।
