spot_img

Latest Posts

କ୍ଷୀରଚୋରା ମନ୍ଦିର ସମ୍ମୁଖରେ ଭୋଗ ବ୍ୟବସାୟୀଙ୍କ ଉତ୍ପାତ : ଭୋଗ ବିକ୍ରିକୁ ନେଇ ଉତ୍ତେଜନା ସୃଷ୍ଟି

ନନ୍ଦିଘୋଷ ବ୍ୟୁରୋ: ରେମୁଣା ସ୍ଥିତ ପ୍ରସିଦ୍ଧ କ୍ଷୀରଚୋରା ମନ୍ଦିର ସମ୍ମୁଖରେ ଭୋଗ ବ୍ୟବସାୟୀଙ୍କ ଉତ୍ପାତ। ଭୋଗ ବିକ୍ରିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମନ୍ଦିରର ସିଂହ ଦ୍ବାର ସମ୍ମୁଖରେ ଫୋପାଡି ହୋଇଛି ଭୋଗ । ଆଜି ସକାଳୁ ମନ୍ଦିର ସମ୍ମୁଖରେ ବସିଥିବା ଦୁଇ ଭୋଗ ବ୍ୟବସାୟୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସିଂହ ଦ୍ବାର ସମ୍ମୁଖରେ ସମସ୍ତ ଭୋଗକୁ ଫୋପାଡି ୩ ଘଣ୍ଟା ଧରି ଦୁଆର ଅବରୋଧ କରିଥିଲେ। ଶ୍ରଦ୍ଧାଳୁଙ୍କ ଦର୍ଶନରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଉଭୟ ଦୋକାନୀଙ୍କ ମଧ୍ୟରେ ବସିବା ସ୍ଥାନକୁ ନେଇ ଗଣ୍ଡଗୋଳ ଲାଗିଥିଲା । ରେମୁଣା ପୋଲିସ ପହଞ୍ଚିବା ପରେ ସିଂହ ଦ୍ବାର ଅବରୋଧ ହଟାଇ ଉଭୟ ଭୋଗ ବ୍ୟବସାୟୀଙ୍କୁ ଅଟକ ରଖିଛି । ଉଭୟ ଦୋକାନୀ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ମନ୍ଦିର ଭିତରେ ଓ ବାହାରେ ଖିରୋଚୋରାଙ୍କ ଅପମିଶ୍ରତି ଖିରି ଭୋଗ ବେଆଇନ ଭାବେ ବିକ୍ରି ସହ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି ।.

Latest Posts

Don't Miss