spot_img

Latest Posts

’କୋଷ୍ଟାଲ ହାଇଓ୍ବେକୁ ନେଇ ଡିଣ୍ଡିମ ପିଟୁଛି ବିଜେପି, ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପ୍ରସ୍ତୁତି ହୋଇନି ଡିପିଆର’: ମାନସ ମଙ୍ଗରାଜ

ନନନ୍ଦିଘୋଷ ବ୍ୟୁରୋ: ଉପକୂଳ ରାଜପଥକୁ ନେଇ ବିଜେପି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏଯାଏଁ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପ୍ରସ୍ତୁତ ହୋଇନି । ପୁରୀ, କାକଟପୁର, ପାରାଦୀପ, ରତନପୁର, ଚାନ୍ଦିପୁର ଓ ଦିଘା ପର୍ଯ୍ୟନ୍ତ ୪୦୮ କିଲୋମିଟର ଲମ୍ବ ଉପକୂଳ ରାଜପଥ ପାଇଁ କେନ୍ଦ୍ର ସରକାର ଡିପିଆର ଆୱାର୍ଡ କରିଛନ୍ତି ବୋଲି ବିଜେଡି ସାଂସଦ ମାନସ ମଙ୍ଗରଜଙ୍କ ଏକ ଲକ୍ଷିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି । ରାସ୍ତା ଆଲିଏନେସନ ଷ୍ଟଡି, ଫିଜିବିଲିଟି ଷ୍ଟଡି ଓ ନୂଆ ରାସ୍ତା ନିର୍ମାଣ ପ୍ରସ୍ତାବ ସହ ଡିପିଆର ପ୍ରସ୍ତତ ହେବ । ଡିପିଆର ଚୁଡାନ୍ତ ହେବା ସହ ଆବଶ୍ୟକ ମଂଜୁରୀ ପରେ ଯାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଉପକୂଳ ରାଜପଥ ପାଇଁ ଜମି ଅଧିଗ୍ରହଣ ସ୍ଥିତି ଓ କେବେ ସୁଦ୍ଧ କାମ ସରିବ ସେନେଇ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଡିପିଆର ଚୁଡାନ୍ତ ହୋଇନଥିବାରୁ ଉପକୂଳ ରାଜପଥ ପାଇଁ କେତେ ବ୍ୟୟବରାଦ ହୋଇଛି କିମ୍ବା କେବେ ସୁଦ୍ଧା ପ୍ରକଳ୍ପ କାମ ସରିବ ତାହା ଆକଳନ କରାଯାଇପାରିବ ନାହିଁ ।

Latest Posts

Don't Miss