କେନ୍ଦୁଝର: କେନ୍ଦୁଝରବାସୀଙ୍କ ପାଇଁ ଖୁସି ଖବର । କେନ୍ଦୁଝରରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୦୨୩ ବର୍ଷରୁ ନାମଲେଖା ନିମନ୍ତେ ନ୍ୟାସନାଲ ମେଡିକାଲ କମିଶନର ମେଡିକାଲ ପକ୍ଷରୁ ଅନୁମତି ମିଳିଛି । ଅନୁମତି ଅନୁସାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ମେଡିକାଲ କଲେଜ ପରିଚାଳିତ ହେବ । ଏହି କଥା ଜଣାପଡିବା ପରେ ଜିଲ୍ଲାରେ ଆନନ୍ଦ ଲହରୀ ଖେଳିଯାଇଛି । ସରକାରୀ ମେଡିକାଲ କଲେଜ କାମ ଦ୍ରୁତ ଗତିରେ ଚଳିଥିବାବେଳେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ୪୦୦ କୋଟି ଅନୁଦାନରେ ଏହା ନିର୍ମାଣ ହୋଇଛି ।

