spot_img

Latest Posts

କେତେ ବୀଭତ୍ସ, କେତେ ଭୟଙ୍କର ; ସୈତାନ ମୁହଁରେ ଟ୍ରିପଲ ମର୍ଡରର ଟିକିନିଖି ସତ

ନନ୍ଦିଘୋଷ ବ୍ୟୁରୋ : କ୍ରାଇମସ୍ପଟରେ କିଲର ଦେଖାଇଲେ ଡେମୋ। ହତ୍ୟାକାରୀଙ୍କୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ। ଘଷିପୁରା ନିଆଳିଝରଣ ଗାଁର ଟ୍ରିପଲ ଘଟଣାରେ ପୋଲିସ କରିଛି ଖୋଳତାଡ଼। କେମିତି କରିଥିଲେ ହତ୍ୟା, ସବୁ କିଛି ଗୋଟି ଗୋଟି କରି ବଖାଣିଛନ୍ତି ସୈତାନ। ଏଥିସହ ଜବତ ହୋଇଛି ହତ୍ୟାରେ ବ୍ୟବହୃତ ଟାଙ୍ଗିଆ। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗୁଣି ଗାରେଡିକୁ ସନ୍ଦେହ କରି ହତ୍ୟା ସନ୍ଦେହ କରାଯାଉଥିବା ବେଳେ, ପୋଲିସ କିନ୍ତୁ ଏନେଇ କିଛି ସୂଚନା ଦେଇନାହିଁ।

କେତେ ବୀଭତ୍ସ, କେତେ ଭୟଙ୍କର। ସୈତାନ ମୁହଁରେ ଟ୍ରିପଲ ମର୍ଡରର ଟିକିନିଖି ସତ। କେମିତି ମାରିଥିଲେ ଗୋଟି ଗୋଟି କରି ବଖାଣିଲେ ହତ୍ୟାକାରୀ। ସିନ୍ ରିକ୍ରିଏସନରେ ପଦାକୁ ଆସିଲା ଗହନ କଥା। ଘଷିପୁରା ନିଆଳିଝରଣ ଗାଁର ଟ୍ରିପଲ ମର୍ଡର ଘଟଣାରେ ପୋଲିସ କରିଛି ଖୋଳତାଡ଼। ମୁଖ୍ୟ ହତ୍ୟାକାରୀ ଲକ୍ଷ୍ମଣ ଓ ତାର ଭାଇ ବୈଦ୍ୟନାଥ କ୍ରାଇମସ୍ପଟରେ ଦେଖାଇଛନ୍ତି ଡେମୋ। ଅଭିଯୋଗ ଅନୁସାରେ, ପୁରୁଣା କଳହକୁ କେନ୍ଦ୍ର କରି ବଡ ଭାଇ ଜୀତେନ୍ଦ୍ର ସୋରେନଙ୍କ ଘରେ ପହଞ୍ଚି ବଚସା କରିଥିଲେ ଅଭିଯୁକ୍ତ ଲକ୍ଷ୍ମଣ ସୋରେନ, ବୈଦ୍ୟନାଥ ସୋରେନ ଓ ପୁତୁରା। ପରେ ଉତକ୍ଷୀପ୍ତ ହୋଇ ପାଖରେ ଥିବା ଏକ ଟାଙ୍ଗିଆରେ ଜୀତେନ୍ଦ୍ରଙ୍କ ପତ୍ନୀ ମାଳତୀକୁ ହାଣିଥିଲେ। ଜୀବନ ବିକଳରେ ଜୀତେନ୍ଦ୍ର ଦୌଡ଼ି ପଳାଉଥିବା ବେଳେ ତାଙ୍କୁ ବି ହତ୍ୟା କରିଥିଲେ କିଲର। ଏତିକିରେ ମନ ଶାନ୍ତ ପଡ଼ିନଥିଲା। ଘଟଣାସ୍ଥଳରୁ ଫେରିବା ବେଳେ ଜୀତେନ୍ଦ୍ରଙ୍କ ନାବାଳିକା ଝିଅକୁ ବି ମାରିବାକୁ ପଛାଇ ନଥିଲେ ରକ୍ତ ପିପାସୁ ରାକ୍ଷସ। ପୋଲିସ ଆଗରେ ଲକ୍ଷ୍ମଣ ସବୁ ସତ ମାନିବା ପରେ ବୈଦନାଥ କିଭଳି ଠେଙ୍ଗାରେ ସେମାନଙ୍କ ମୁଣ୍ଡକୁ ବାଡେଇଥିଲା ସେକଥା ମଧ୍ୟ କହିଥିଲା। ସେହିପରି ଲକ୍ଷ୍ମଣ ରାସ୍ତାରେ ଫିଙ୍ଗିଥିବା ଟାଙ୍ଗିଆକୁ କିଛି ଦୂରରେ ଏକ ନାଳରେ ଫିଙ୍ଗି ଦେଇଥିଲା ବୈଦ୍ୟନାଥ। ହତ୍ୟାରେ ବ୍ୟବହୃତ ଏହି ଟାଙ୍ଗିଆକୁ ଜବତ କରିଛି ପୋଲିସ।

ଟ୍ରିପଲ ମର୍ଡର ଘଟଣାକୁ ନେଇ ସାରା ଅଞ୍ଚଳରେ ଖେଳି ଯାଇଥିଲା ଚାଞ୍ଚଲ୍ୟ। ସୂଚନା ଅନୁସାରେ, ଅଭିଯୁକ୍ତ ବୈଦ୍ୟନାଥର ଝିଅ ଦେହ ବାରମ୍ବାର ଅସୁସ୍ଥ ରହୁଥିଲା। ତେଣୁ ଭାବୁଥିଲା ଜୀତେନ୍ଦ୍ରଙ୍କ ପରିବାର କାଳେ ଗୁଣି ଗାରେଡି କରୁଛନ୍ତି। ଯାହାକୁ ନେଇ ଅନେକ ସମୟରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ତେଣୁ ଏହି ହତ୍ୟାକାଣ୍ଡ ପଛରେ ଗୁଣିଗାରେଡି ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି। ହେଲେ ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଉଦ୍ଦେଶ୍ୟ ବାବଦରେ କିଛି ସୂଚନା ଦେଇନାହିଁ।

 

Latest Posts

Don't Miss