କାଳ ହେଲା ହୋଲି ଖେଳ, ନଦୀରେ ବୁଡ଼ି ଦୁଇ ମୃତ

ସମ୍ବଲପୁର: ହୋଲି ଖେଳ ହେଲା କାଳ । କୁଚିଣ୍ଡାରେ ରଙ୍ଗ ଖେଳରୁ ଘଟିଲା ଅଘଟଣ । ହୋଲି ଖେଳି ସାରି ଭେଡେନ ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାର ମୁକେଶ ଯାଦବ ଓ କୈଳାଶ ଯାଦବ । ସେମାନେ ଓଡ଼ିଶାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ବିଳମ୍ବରେ ଖବର ପାଇ କୁଚିଣ୍ଡା ଅଗ୍ନିଶମ ବାହିନୀ ପହଂଚି ଦୁଇଜଣଙ୍କୁ ଉଦ୍ଧାର କରିଥିଲା । ପରେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଗତକାଲି ଅର୍ଥାତ ଶୁକ୍ରବାର ଯାଜପୁରରେ ଘଟିଥିଲା ସମାନ ଅଘଟଣ  । ହୋଲି ଖେଳିସାରି ଗାଧୋଇ ଯାଇଥିବା ସାତ ଜଣ ସାଙ୍ଗ ନଦୀରେ ଭାସି ଯାଇଥିଲେ  । ସେମାନଙ୍କୁ ମଧ୍ୟରୁ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କୁ ମୃତ ଶରୀର ଉଦ୍ଧାର କରାଯାଇଥିଲା  । ସେହିପରି ୫ ଜଣ ନିଖୋଜ ରହିଥିଲେ  । ଶନିବାର ସୁଦ୍ଧା ୩ ଜଣଙ୍କୁ ମୃତ୍ୟୁ ଭାବେ ଉଦ୍ଧାର କରାଯାଇଛି  । ବର୍ତ୍ତମାନ ମଧ୍ୟ ୩ ଜଣ ନିଖୋଜ ରହିଛନ୍ତି  ।