ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଲା ଭାରତ । ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟନ । କଳିଂଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର 20 ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ 5-2 ଗୋଲରେ ହରେଇ ଟ୍ରଫି ହାତେଇଲା ଭାରତ । ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ପ୍ରଦର୍ଶନ କରି ସହ 4ଟି ଗୋଲ ସ୍କୋର କରିଥିଲେ । ସେହିପରି ହିମାଂଶୁ ଜାଙ୍ଗରା ଗୋଟିଏ ଗୋଲ ସ୍କୋର କରିଥିଲେ ।
ପ୍ରଥମ ହାଫ ସୁଦ୍ଧା ଭାରତ ଓ ବାଂଲାଦେଶ 1-1 ରେ ସମାନ ସ୍ଥିତିରେ ଥିଲେ । ଦ୍ୱିତୀୟ ହାଫରେ ମଧ୍ୟ ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ନିର୍ଦ୍ଧାରିତ ସମୟ ସୁଦ୍ଧା 2-2 ରେ ରହିଥିଲେ । ଫଳରେ ଆଉ 30 ମିନିଟ ଅଧିକ ସମୟ ମିଳିଥିଲା । ଭାରତ ପକ୍ଷରୁ ଲଗାତର ଆଟାକିଙ୍ଗ ଖେଳ ଦେଖିବାକୁ ମିଳିଥିଲା । ଏକ୍ସଟ୍ରା ଟାଇମରେ ଭାରତ 3ଟି ଗୋଲ ସ୍କୋର କରି 5-2 ରେ ବିଜୟ ହାସଲ କରିଛି । 2019ରେ ସାଫ ଚାମ୍ପିୟାନସିପରେ ମଧ୍ୟ ଭାରତ ବାଂଲାଦେଶକୁ ହରେଇ ଚାମ୍ପିୟନ ହୋଇଥିଲା

