spot_img

Latest Posts

ଓ୍ବାଶିଂଟନ ସୁନ୍ଦର T-20 ବିଶ୍ବକପ ୨୦୨୬ ଖେଳିବେ ନା ନାହିଁ ?

ଟି-୨୦ ବିଶ୍ବକପ ୨-୨୬ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଓ୍ବାଶିଂଟନ ସୁନ୍ଦରଙ୍କ ଫିଟନେସ ସମସ୍ୟା ଚିନ୍ତାର କାରଣ ପାଲଟିଛି । USA ବିପକ୍ଷ ପ୍ରଥମ ମୁକାବିଲାର ୭୨ ଘଣ୍ଟା ପୂର୍ବରୁ ସେ ଖେଳିବା ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇପାରେ । ଆଘାତ ସମସ୍ୟା କାରଣରୁ କିଛି ମ୍ୟାଚରୁ ବାଦ ପଡ଼ିଥିବା ସୁନ୍ଦରଙ୍କୁ ନେଇ ଏବେ ସୁଦ୍ଧା ସ୍ପଷ୍ଟ ନିଷ୍ପତ୍ତି ନିଆଯାଇପାରି ନାହିଁ । ଟିମ୍ ଇଣ୍ଡିଆ ଫେବୃଆରୀ ୭ରେ USA ବିପକ୍ଷରେ ଖେଳି ନିଜର ଅଭିଯାନ ଆରମ୍ଭ କରିବ । ତେଣୁ ସୁନ୍ଦର ବିଶ୍ବକପରେ ଖେଳିବେ କି ନା ତାହା ୭୨ ଘଣ୍ଟା ପୂର୍ବରୁ ନିଷ୍ପତ୍ତି ନିଆଯିବ ।

ରିପୋର୍ଟ ମୁତାବକ, ଫେବୃଆରୀ ୪ରେ ଓ୍ବାଶିଂଟନ ସୁନ୍ଦରଙ୍କ ଫିଟନେସ ଟେଷ୍ଟ ବେଙ୍ଗାଲୁରୁ ସ୍ଥିତ ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସରେ କରାଯିବ । ସେ ଟି-୨୦ ବିଶ୍ବକପ ଖେଳିବେ କି ନା ତାହା ଉକ୍ତ ଟେଷ୍ଟ ସ୍ଥିର କରିବ । ସୁନ୍ଦର ଜାନୁଆରୀ ୧୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଆହତ ହୋଇଥିଲେ । ତା’ ପରଠାରୁ ସେ ରିକଭରୀରେ ଲାଗିଛନ୍ତି । ଟି-୨୦ ବିଶ୍ବକପ ପାଇଁ ଟିମର ପରିବର୍ତ୍ତନର ଅନ୍ତିମ ତାରିଖ ଜାନୁଆରୀ ୩୦ ରହିଛି । ମାତ୍ର ଆଘାତ ମାମଲାରେ ଆଇସିସିର ନିୟମ କିଛିଟା ଆଶ୍ବସ୍ତି ଦେବ । ଯଦି କୌଣସି ଖେଳାଳି ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇନଥିବେ, ତେବେ ଟେକନିକ କମିଟିର ମଞ୍ଜୁରୀ ପରେ ଟୁର୍ଣ୍ଣାମେଣ୍ଟ ଅବସରରେ ପରିବର୍ତ୍ତନ ସମ୍ଭବ ଅଟେ । ଏହି କାରଣରୁ ଚୟନକର୍ତ୍ତା ଶୀଘ୍ର କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହିଁ ଓ ମେଡିକାଲ ରିପୋର୍ଟର ଅପେକ୍ଷାରେ ରହିଛି । ନିକଟରେ ସୁନ୍ଦରଙ୍କ ଫିଟନେସକୁ ନେଇ କିଛି ସକାରାତ୍ମକ ସଙ୍କେତ ମିଳିଛି ।

Latest Posts

Don't Miss