spot_img

Latest Posts

ଏୟାର ଇଣ୍ଡିଆ ବିମାନରେ ଅଘଟଣ

ନନ୍ଦିଘୋଷ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନରେ ଅଘଟଣ। ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନ AI-130ରେ ଦୁଇ କ୍ରୁ ମେମ୍ବର ଓ ୫ ଜଣ ଯାତ୍ରୀ ଅସୁସ୍ଥ। କ୍ରୁ ମେମ୍ବର ଓ ଯାତ୍ରୀଙ୍କ ଅସୁସ୍ଥତା ସତ୍ତ୍ବେ ବୋଇଂ ୭୭୭ ବିମାନ ଯାତ୍ରା କରିଥିଲା ଏବଂ ମୁମ୍ବାଇରେ ନିରାପଦରେ ଅବତରଣ କରିଥିଲା। ଅବତରଣ କରିବା ମାତ୍ରେ ସମସ୍ତଙ୍କୁ ମେଡିକାଲ ରୁମକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଏୟାର ଇଣ୍ଡିଆ ମୁଖପାତ୍ର। ତେବେ ବିମାନ ଭିତରେ ଅମ୍ଳଜାନର ଅଭାବ ଯୋଗୁ ବହୁ ଯାତ୍ରୀ ଅସୁସ୍ଥତା ଅନୁଭବ କରିଥିବା ଜଣାଯାଇଛି। ଅନ୍ଯ ଏକ ସୂତ୍ରରୁ କୁହାଯାଇଛି ଫୁଡ ପଏଜନିଂ କାରଣରୁ ଏହି ସମସ୍ଯା ଉପୁଜିଥାଇପାରେ। ତେବେ ଯାତ୍ରୀଙ୍କୁ ଖାଇବାକୁ ଦେବା ପରେ ପାଇଲଟଙ୍କୁ ବି ଖାଦ୍ୟ ଦିଆଯାଇଥିଲା। ମାତ୍ର ପାଇଲଟମାନେ କୌଣସି ଅସୁସ୍ଥତା ଅନୁଭବ କରି ନଥିଲେ।

Latest Posts

Don't Miss