ଲିଭର ପାଇଁ ମଦ ହାନିକାରକ ହୋଇଥାଏ । ଏହା ଅଧିକାଂଶ ଲୋକ ଜାଣିଥାନ୍ତି । ମାତ୍ର ଏପରି କିଛି ଖାଦ୍ୟ ଓ ଅଭ୍ୟା ରହିଛି, ଯାହାକି ମଦ ପରି ମଧ୍ୟ ଆମ ଲିଭରକୁ କ୍ଷତି ପହଞ୍ଚାଇଥାଏ । ମିଠା ଖାଦ୍ୟ, ଡ୍ରିଙ୍କସ, ଅଧିକ ଫ୍ୟାଟ ଓ ଛଣା ଯାଇଥିବା ଖାଦ୍ୟ, ଅତ୍ୟଧିକ ରେଡ ମିଟ ଆମର ଲିଭରକୁ କ୍ଷତି ପହଞ୍ଚାଇଥାଏ । ଏହି ଫୁଡସ୍ ଲିଭରରେ ଫ୍ୟାଟକୁ ଜମା କରିଥାଏ ଓ ଲିଭରକୁ ଡ୍ୟାମେଜ କରିଥାଏ । ସେଥିରେ ରିଫାଇନଡ କାର୍ବୋହାଇଡ୍ରେଟ ଓ ଅତ୍ୟଧିକ ଲୁଣ ରହିଥାଏ, ଯାହାକି ଲିଭରକୁ କ୍ଷତି ପହଞ୍ଚାଇଥାଏ । ଭାରତରେ ନନ-ଆଲକୋହଲିକ ଫ୍ୟାଟି ଲିଭର ଡିଜିଜ (NAFLD)ର ମାମଲା ବହୁମାତ୍ରାରେ ବଢ଼ିବାରେ ଲାଗିଛି । କିଛି ଷ୍ଟଡି ଅନୁସାରେ, ଭାରତରେ ୩୮.୬ ପ୍ରତିଶତ ବୟସ୍କ ଓ ୩୫.୪ ପ୍ରତିଶତ ଶିଶୁ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି । ଏହାକୁ ଏକ ବଡ଼ ପବ୍ଲିକ ହେଥ ଚିନ୍ତା ଭାବେ ଗ୍ରହଣ କରାଯାଉଛି । କାରଣ ଏହା ସାଇଲେଣ୍ଟ ଏପିଡେମିକ ଭାବେ ଉଭା ହୋଇଛି । ମୋଟାପା ବା ଡାଇବେଟିସ ପରି ବିମାରୀରେ ପୀଡ଼ିତ ଲୋକଙ୍କୁ ଏହାର ବେଶି ବିପଦ ରହିଥାଏ ।
ମିଠା, କୁକିଜ, ମିଠା ପାନୀୟ, ସୋଡ଼ା, ଚିନି ମିଶିଥିବା ଫଳ ଜୁସ, କ୍ୟାଣ୍ଡି ଓ ବେକଡ ପରି ଜିନିଷରେ ଚିନି ରହିଥାଏ । ଅତ୍ୟଧିକ ଚିନି ଶରୀରକୁ ଯାଇ ଫ୍ୟାଟରେ ପରିବର୍ତ୍ତନ ହୋଇଥାଏ ଓ ନନ-ଆଲକୋହଲିକ ଫ୍ୟାଟି ଲିଭର ଡିଜିଜ (NAFLD)ର କାରଣ ହୋଇପାରେ । ଫାଷ୍ଟ ଫୁଡସରେ ପିଜ୍ଜା, ବର୍ଗର ଓ ଫ୍ରେଞ୍ଚ ଫ୍ରାଇଜ ପରି ଜିନିଷ ଲିଭର ପାଇଁ ବହୁତ ହାନିକାରକ ହୋଇଥାଏ । ଏହାକୁ ଚିହ୍ନିବା ମୁସ୍କିଲ ହୋଇଥାଏ ଓ ଏହା ଲିଭରରେ ଜମା ହୋଇପାରେ । ରେଡ ମିଟରେ ସାଚୁରେଟେଡ ଫ୍ୟାଟ ଅଧିକ ରହିଥାଏ ଓ ଫ୍ୟାଟି ଲିଭର ଡିଜିଜର କାରଣ ସାଜିପାରେ । ବେକନ, ଡେଲି ମିଟ ଲିଭର ପାଇଁ କ୍ଷତିକାରକ ହୋଇଥାଏ । ପ୍ୟାକେଜ ଖାଦ୍ୟ, ଫ୍ରୋଜନ ଫୁହସ ଓ ପ୍ରୋସେସଡ ମିଟରେ ସୋଡିୟମର ମାତ୍ରା ଅଧିକ ରହିଥାଏ । ତାହା ଫ୍ଲୁଇଡ ରିଟେନସନ ହୋଇପାରେ, ଯାହାକି ଲିଭର ପାଇଁ କ୍ଷତିକାରକ ହୋଇପାରେ । ଧଳା ବ୍ରେଡ, ଧଳା ଚାଉଳ ପେଷ୍ଟ୍ରିରେ ଫାଇବର କମ ହୋଇଥାଏ । ତେଣୁ ତାହା ବ୍ଲଡ ଶୁଗରକୁ ବଢ଼ାଇପାରେ, ଫଳରେ ଲିଭରରେ ଫ୍ୟାଟି ବଢ଼ିପାରେ ।

