ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ନାରାୟଣଙ୍କୁ ଗିରଫ କରିଛି । ଏକ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି । ତେବେ ଅନୈତିକ ଭାବେ ଫୋନ୍ ଟ୍ୟାପିଂ ଏବଂ ଏନଏସଇ କର୍ମଚାରୀଙ୍କ ଜାସୁସ କରିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଛି । ନାରାୟଣ ଏପ୍ରିଲ ୧୯୯୪ରୁ ୩୧ ମାର୍ଚ୍ଚ ୨୦୧୩ ପର୍ଯ୍ୟନ୍ତ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ରହିଥିଲେ । ଏହାପରେ ସେ କମ୍ପାନୀ ବୋର୍ଡର ନନ ଏଗଜ୍ୟୁକେଟିଭ କ୍ୟାଟେଗୋରୀରେ ଉପାଧ୍ୟକ୍ଷ ରହିଥିଲେ ।
୧ ଏପ୍ରିଲ ୨୦୧୩ରୁ ଜୁନ ୨୦୧୭ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିଲେ । କୋ-ଲୋକେସନ ସ୍କାମ ସହ ମେ ୨୦୧୮ ରେ ପଞ୍ଜୀକୃତ ହୋଇଥିବା ମାମଲାରେ ଏନଏସଇର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ମାର୍ଚ୍ଚ ୬ ରେ ସିବିଆଇ ଗିରଫ କରିଥିଲା । ସେହିପରି ଜୁଲାଇ ୧୪ ରେ ଫୋନ୍ ଟ୍ୟାପ୍ ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଫୋନ ଟ୍ୟାପିଂ ମାମଲାରେ ଇଡି ଗିରଫ କରିଥିଲା ।

