ନନ୍ଦିଘୋଷ ବ୍ୟୁରୋ : ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜଭବନକୁ ଯାଇ ସେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେପଟେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ସଂପାଦନ କରିବାକୁ ନୀତିଶ କୁମାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟପାଳ। ସେପଟେ ନୂଆ ସରକାର ଗଠନ ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୨୦ ତାରିଖ ଗୁରୁବାର ଦିନ ପାଟନା ଗାନ୍ଧି ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବ। କୁହାଯାଉଛି ୩୫ରୁ ୩୬ ଜଣ ମନ୍ତ୍ରୀ ହେବେ। ଫର୍ମୁଲା ଅନୁସାରେ ବିଜେପିରୁ ୧୬ ଜଣ, ଜେଡିୟୁରୁ ୧୫ ଜଣ, ଲୋକଜନଶକ୍ତି ପାର୍ଟିରୁ ୩ ଜଣ, ହାମ୍ ରୁ ଜଣେ ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାରୁ ଜଣେ ମନ୍ତ୍ରୀ ହେବେ। ଶପଥ ଗ୍ରହଣ ଉତ୍ସବ ପାଇଁ ଜୋରସୋରରେ ଚାଲିଲାଣି ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡ଼ିଛି। … ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଏଥର ଏନଡିଏ ୨୦୨ଟି ସିଟ୍ ଜିତିଛି। ବିଜେପି ୮୯ଟି, ଜେଡିୟୁ ୮୫, ଚିରାଗ ପାଶୱାନଙ୍କ ଦଳ ଲୋକ ଜନଶକ୍ତିପାର୍ଟି ୧୯, ଜିତିନ ରାମ ମାଞ୍ଝିଙ୍କ ହାମ ୫ଟି ଓ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୪ଟି ଆସନରେ ବିଜୟ ଲାଭ କରିଛି।

