spot_img

Latest Posts

ଆହୁରି ୩ ଦିନ ହାଡ଼ଭଙ୍ଗା ଜାଡ଼, ପହିଲାରୁ ବର୍ଷା

ଭୁବନେଶ୍ୱର: ବର୍ଷାରେ ଭିଜିବ ନୂଆବର୍ଷ । ଶୀତ ପରେ ଜାନୁଆରୀ ପହିଲାରୁ ହୋଇପାରେ ବର୍ଷା । ସେପଟେ ଶୀତରେ ଥରୁଛି ସାରା ଓଡ଼ିଶା । ଏଭଳି ସ୍ଥିତି ଆଉ ତିନି ଦିନ ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨ ତାରିଖରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ କେତେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ କୁଆପଥର ପଡ଼ିପାରେ । ୧୩ଟି ଜିଲ୍ଲାକୁ କୋଲ୍ଡ ୱେଭ୍ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୩ ଦିନ ଭିତରେ ପାରଦ ୪ରୁ ୬ ଡିଗ୍ରୀ ଖସିଯିବାରୁ ରାଜ୍ୟର ପ୍ରବଳ ଥଣ୍ଡା ଲାଗି ରହିବା ସହ କେତେକ ସ୍ଥାନରେ ତୁଷାରପାତ ହୋଇଛି । ଆଜି ୧୦ ଡିଗ୍ରୀ ତଳେ ରହିଛି ଓଡ଼ିଶାର ୧୬ ସହର । ସୋନପୁରରେ ସବୁଠୁ କମ ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ତା’ ପଛକୁ  ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ ହୋଇଛି ।ପାଗ ମେଘୁଆ ଥିବା ବେଳେ କିଛି ସ୍ଥାନରେ ମଧ୍ୟ ବର୍ଷା ଯୋଗୁଁ ଥରୁଛି ଓଡ଼ିଶା । କେନ୍ଦୁଝର ଜିଲ୍ଲାର ବଲାଣି, ବଡ଼ବିଲ, ଚମ୍ପୁଆ, ଯୋଡ଼ା ଆଦି ଅଞ୍ଚଳରେ ପ୍ରବଳ ଶୀତ ଲହରୀ ଜାରି ରହିଛି । ହାଡ଼ଭଙ୍ଗା ଶୀତରେ ମଧ୍ୟ ଥରୁଛି ଝାରସୁଗୁଡ଼ା ସହର ।

Latest Posts

Don't Miss