spot_img

Latest Posts

ଆରମ୍ଭ ହୋଇଯାଇଛି ତୃତୀୟ ବିଶ୍ୱ ଯୁଦ୍ଧ: ଜେଲେନସ୍କି

କିଭ୍: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ବହୁଥର ‘ତୃତୀୟ ବିଶ୍ୱ ଯୁଦ୍ଧ’କଥା ସାମ୍ନାକୁ ଆସିଛି । ନିଜେ ବାଇଡେନ କହିଛନ୍ତି ଯେ, ଯଦି ଏହି ଯୁଦ୍ଧରେ ନାଟୋ ସାମିଲ ହୁଏ ତେବେ ଏହା ତୃତୀୟ ବିଶ୍ୱଯୁଦ୍ଧ ହେବ । ଋଷର ବୈଦେଶିକ ମନ୍ତ୍ରୀ କହିଥିଲେ ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏହା ପରମାଣୁ ଅସ୍ତ୍ର ଦ୍ୱାରା ହେବ । ଏବେ ୟୁକ୍ରେନ ଚାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ହୋଇଯାଇଛି । ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବାକୁ ଯାଇ କହିଛନ୍ତି ଯେ, ଶତାଧିକ ପିଲାଙ୍କ ଉପରେ ଋଷର କାର୍ଯ୍ୟକଳାପ ଦେଖି ମୁଁ ନିରାଶ ହୋଇଗଲେଣି ।

ଜେଲନସ୍କି ବୁଧବାର ଦିନ କହିଛନ୍ତି ଯେ, ଋଷ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିଦେଇଛି । ଜେଲେନସ୍କି ଏକ ସାକ୍ଷାତକାରରେ କହିଛନ୍ତି ଯେ କଣ ଏହା ଆରମ୍ଭ ହୋଯାଇଛି ? ତାହା କେହି ଜାଣନ୍ତି ନାହିଁ, ଏବଂ ଯଦି ୟୁକ୍ରେନ ଏହି ଯୁଦ୍ଧରେ ହାରିଯାଏ ତେବେ ଏହି ଯୁଦ୍ଧରେ କ’ଣ ହେବ? ଏହା କହିବା ବହୁତ କଷ୍ଟସାଧ୍ୟ । ‘ ସେ କହିଛନ୍ତି, ‘ଆମେ ୮୦ ବର୍ଷ ପୂର୍ବେ ଏହା ଦେଖିଛୁ, ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ କେହି ଏହା ବିଷୟରେ ପୂର୍ବାନୁମାନ କରିପାରିନଥିଲେ।’

ରାଷ୍ଟ୍ରପତି ପଦ ଛାଡ଼ିବି ନାହିଁ : ଜେଲେନସ୍କି

ଜେଲେନସ୍କି ବୁଧବାର ଦିନ ଆମେରିକା ସଂସଦକୁ ମଧ୍ୟ ସମ୍ବୋଧିତ କରିଛନ୍ତି। NBC ସହିତ ଏକ ବାର୍ତ୍ତାଳାପରେ ଜେଲେନସ୍କି କହିଛନ୍ତି ଯେ ବାଇଡେନଙ୍କୁ ୟୁକ୍ରେନକୁ ନିମନ୍ତ୍ରଣ କରି ସେ ଖୁସି ହେବେ ।  ଯଦି ଋଷ ଜେନେଲସ୍କିଙ୍କ ସମ୍ମୁଖରେ ତାଙ୍କୁ ରାଷ୍ଟ୍ରପତି ପଦ ଛାଡ଼ିବା ଭଳି ସର୍ତ୍ତ ରଖନ୍ତି ତେବେ ସେ ରାଷ୍ଟ୍ରପତି ପଦ ଛାଡିବେ ନାହିଁ । ଆମେରିକା ସଂସଦକୁ ସମ୍ବୋଧିତ କରି ସେ ବାଇଡେନଙ୍କୁ “ୱାର୍ଲ୍ଡ ଲିଡର” ହେବାକୁ ଆହ୍ୱାନ ଦେଇଥିଲେ ଏବଂ ରୁଷକୁ ରୋକିବାକୁ ଅଧିକ ପ୍ରତିବନ୍ଧକ ସହ ଯୁଦ୍ଧ ବିମାନ ମାଗିଛନ୍ତି ।

In this photo provided by the Ukrainian Presidential Press Office, Ukrainian President Volodymyr Zelenskyy addresses the nation in Kyiv, Ukraine, late Monday, March 7, 2022. (Ukrainian Presidential Press Office via AP)

ଜେଲେନସ୍କି କହିଛନ୍ତି, ‘ମୋର ବୟସ ପ୍ରାୟ ୪୫ ବର୍ଷ । ଆଜି ଯେତେବେଳେ ଶତାଧିକ ପିଲାଙ୍କ ହୃଦୟ ସ୍ପନ୍ଦନ ବନ୍ଦ ହୋଇଯାଇଛି, ସେତେବେଳେ ମୁଁ ଭାବୁଛି ଜୀବନର କିଛି ମୂଲ୍ୟ ନାହିଁ  । ମୁଁ ରାଷ୍ଟ୍ରପତି ବାଇଡେନଙ୍କୁ ସମ୍ବୋଧିତ କରୁଛି । ଆପଣ ଏକ ମହାନ ଦେଶର ନେତା ଅଟନ୍ତି । ମୁଁ ଚାହେଁ ତୁମେ ଦୁନିଆର ଅଗ୍ରଣୀ ହୁଅ । ଦୁନିଆର ନେତା ହେବା ଅର୍ଥ ଶାନ୍ତିର ନେତା ହେବା। ‘ ସେ ଆମେରିକାର ସାଂସଦମାନଙ୍କୁ ଯୁଦ୍ଧ ପରର ୟୁକ୍ରେନର ଏକ ଭିଡିଓ ମଧ୍ୟ ଦେଖାଇଥିଲେ।

Latest Posts

Don't Miss