spot_img

Latest Posts

ଅପରାଜିତାଙ୍କ ରାଲିରେ ବିଜେପି କର୍ମୀଙ୍କୁ ଆକ୍ରମଣ, ଭିଡ଼ିଓ କରିବାରୁ ମାଡ଼

ଭୁବନେଶ୍ୱର: ବିଜେପିର ଆଉ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ଗୋଟିଏ ଗୋଷ୍ଠୀର ବିଜେପି କର୍ମୀଙ୍କୁ ଆଉ ଏକ ଗୋଷ୍ଠୀର ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରବିବର ସଂଧ୍ୟାରେ ଏହି ଘଟଣା ଘଟିଛି ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ଆଇଆରସି ଭିଲେଜରେ । ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ରାଲି ବେଳେ ବିଜେପି ସମର୍ଥକଙ୍କୁ ଅପରାଜିତାଙ୍କ ବାଉଂସର ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ଭୁବନେଶ୍ବର ନୟାପଲ୍ଲୀ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ସଂଧ୍ୟାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଇଆରସି ଭିଲେଜ ଲେନ୍‌ ୬ରେ ଥିବା ରାମେଶ୍ବର ମନ୍ଦିର ପାଖରେ ରାଲି କରୁଥିଲେ । ରାଲି ବେଳେ ସେଠାରେ କିଛି ଲୋକଙ୍କ ସହ ଅପରାଜିତା ଆଲୋଚନା କରୁଥିବା ବେଳେ ବଟକୃଷ୍ଣ ରାଉତ ନାମକ ଜଣେ ଯୁବକ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ । ବଟକୃଷ୍ଣ ରାଉତ ମଧ୍ୟ ବିଜେପିର ଜଣେ ସମର୍ଥକ ।

ତେବେ ଅପରାଜିତାଙ୍କ ବାଉଂସର ଭାବେ ପରିଚିତ ଜିମ୍ ବାପି ଓ ତାଙ୍କର ଆଉ ଦୁଇ ଜଣ ସହଯୋଗୀ ବଟକୃଷ୍ଣଙ୍କ ଉପରେ ଆକ୍ରମଣ କରିଥିଲେ । ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମୋବାଇଲ ଛଡେଇ ନେଇ ଭିଡିଓକୁ ଡିଲିଟ କରିଥିଲେ । ଏହାପରେ ମଧ୍ୟ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ବଟକୃଷ୍ଣ ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବଟକୃଷ୍ଣଙ୍କୁ ଡାକ୍ତରୀ ପରୀକ୍ଷା କରିବା ସହ ନୟାପଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି ।

Latest Posts

Don't Miss