ଅନୁଗୁଳରେ ହେବ କୋଲ୍ କରିଡର୍, ଜିଲ୍ଲାରେ 12ଟି ନୂଆ ଖଣି କାର୍ଯ୍ୟକ୍ଷମ ହେବ
ଅନୁଗୁଳ: ଜିଲ୍ଲାରେ ତିଆରି ହେବ ନୂଆ କୋଲ୍ କରିଡର୍ । ଜିଲ୍ଲାରେ 12ଟି ନୂଆ ଖଣି କାର୍ଯ୍ୟକ୍ଷମ ହେବ । ଏନେଇ 2 ମାସ ଭିତରେ ଦାଖଲ କରାଯିବ ପ୍ରୋଜେକ୍ଟ ରିପୋର୍ଟ । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରି ଏ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ସେହିପରି ଢେଙ୍କାନାଳ ଓ ଅନୁଗୁଳରେ 2 ଟି ନୂଆ MSME ପାର୍କ ନିର୍ମାଣ କରାଯିବ । ନାଲକୋର ସମ୍ପ୍ରସାରଣ ପାଇଁ ବ୍ରାହ୍ମଣୀ ନଦୀରୁ ଜଳଯୋଗାଣ କରାଯିବାକୁ ଯୋଜନା ରହିଛି ।
ସେହିପରି ଆଲୁମିନିୟମ ପାର୍କର ସମ୍ପ୍ରସାରଣ କରାଯିବ । ପାଉଁଶ ସୁପରିଚାଳନା ପାଇଁ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଅସିତ ତ୍ରିପାଠୀ । ବନ୍ଦ ହୋଇଥିବା ଖଣିରେ ଭର୍ତ୍ତି କରାଯିବ ପାଉଁଶ । ଜିଲ୍ଲାରେ ଚାଷ ଓ ଶିଳ୍ପ ପାଇଁ ଅନେକ ସମ୍ଭାବନା ରହିଛି । ଏଥିପାଇଁ ଉଭୟକୁ ଗୁରୁତ୍ୱ ଦେଇ କାମ କରାଯିବ ବୋଲି ସୂଚନା ଦେଇଛନ୍ତି ଅସିତ ।
