ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର, ୨ ଦିନ ପୁରୁଣା ମେସେଜକୁ ମଧ୍ୟ କରିପାରିବେ ଡିଲିଟ୍।

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନର ଆଧୁନିକ ଦୁନିଆରେ ହ୍ବାଟ୍ସଆପ ଏକ ବହୁଳ ବ୍ୟବହାର ଆପଲିକେସନ ଅଟେ । ସେଥିପାଇଁ ୟୁଜର୍ସ ମାନଙ୍କ ସୁବିଧା ଅନୁଯାୟୀ କମ୍ପାନୀ ନୂଆ ନୂଆ ଫୁଚର ଲାଗୁ କରୁଛି । ଏବେ ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର । ୨ ଦିନ ପୁରୁଣା ମେସେଜକୁ ମଧ୍ୟ କରି ପାରିବେ ଡିଲିଟ୍ । ହ୍ବାଟ୍ସଆପରେ ପଠାଯାଉଥିବା ମେସେଜକୁ ଡିଲିଟ୍ କରିବା ଫିଚର ‘Delete Message for everyone’ ରେ ଏବେ ପାଇ ପାରିବେ ଏକ ନୂଆ ସୁବିଧା ।

ପୂର୍ବରୁ  ଏକ ଘଣ୍ଟା ପରେ ମେସେଜ୍ ପୁରୁଣା ହୋଇଯାଇଥିବାରୁ ଏହାକୁ ଡିଲିଟ୍ କରାଯାଇପାରୁ ନଥିଲା  । ପ୍ରଥମେ ୟୁଜର୍ସ ମାନଙ୍କୁ ମେସେଜ୍ ଡିଲିଟ୍ କରିବା ପାଇଁ ୮ ମିନିଟ୍ ସମୟ ଦିଆଯାଉଥିଲା , ପରେ ଏହାକୁ ବଢାଇ ଏକ ଘଣ୍ଟା କରିଦିଆ ଯାଇଥିଲା । ଏବେ ହ୍ବାଟ୍ସଆପ୍ କମ୍ପାନୀ ପକ୍ଷରୁ ୟୁଜର୍ସ ମାନଙ୍କ ପାଇଁ  ଏକ ଖୁସି ଖବର ଆସିଛି । ବର୍ତ୍ତମାନ ହ୍ବାଟ୍ସଆପରେ ପଠାଯାଉଥିବା ମେସେଜରେ ଡିଲିଟ କରିବା ଫିଚରର ଲିମିଟ୍ ବଢାଇ ଦିଆଯାଇଛି । ସୂଚନା ଅନୁଯାୟୀ ଏବେ ସମସ୍ତ ହ୍ବାଟ୍ସଆପ ୟୁଜର୍ସ ମାନେ ଏବେ ୨ ଦିନ ପୁରୁଣା ମେସେଜ ମଧ୍ୟ ଡିଲିଟ୍ କରିପାରିବେ ।

WABetaInfoର ରିପୋର୍ଟ ଅନୁଯାୟୀ ହ୍ବଟ୍ସଆପର ଲାଟେସ୍ ବିଟା ୨.୨୨.୧୫.୮ର କିଛି  ୟୁଜର୍ସ ମାନଙ୍କ ପାଇଁ ମେସେଜ ଡିଲିଟ୍ କରାଯିବାର ଲିମିଟ୍ ୨ ଦିନ ୧୨ଘଣ୍ଟା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ଏବଂ ମେସେଜ କରାଯିବା ପରର ସମୟର ଲିମିଟ୍ କେବଳ ୧ ଘଣ୍ଟା ୮ ମିନିଟ୍ ୧୬ ସେକେଣ୍ଡ ରହିଛି । ଯାହା ପରେ ମେସେଜକୁ Delete Message for everyone’ କରାଯାଇ ପାରିବ ନାହିଁ ।