ହେ ଗଣେଶ ଦିଅଁ, ଖଡି ଛୁଆଁରୁ ତୁମ ସହିତ ହୋଇଛି ଭାବ
ଭୁବନେଶ୍ୱର: ଗଣେଶ ପୂଜା ଉପଲକ୍ଷେ ପିଲାମାନଙ୍କ ପାଇଁ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ କଳାକାର ପ୍ରଜ୍ଞା, ଶଙ୍କର, ମିଲି ମହାନ୍ତି ଓ ଜୁନିୟର ଜେଡି ଜଗ୍ଦିଶ ଅଭିନୟ କରିଥିଲେ । ପିଲାମାନେ ଏହି ଭିଡିଓରୁ ବହୁତ ଶିକ୍ଷା ପାଇପାରିବେ । ଛୋଟ ପିଲାଟି ଗଣେଶ ମହାପ୍ରଭୂଙ୍କ ନିକଟରେ ଭଜନ ଗାଇ ଖୁସିରେ ଅଭିନୟ କରି ଗାଇଗାଇ ନାଚିଯାଉଛି । କହୁଛି ପୁରାଣଶାସ୍ତ୍ରରୁ ମୋ ପିତାମାତା ଗଣେଷ ମହାପ୍ରଭୁଙ୍କ ବିଷୟରେ ମୋତେ କହୁଥିଲେ, ଗଣେଶ ମହାପ୍ରଭୂ ଲଡୁ ଖାଆନ୍ତି । ଆଉ ଅବାଟରେ ଗଲେ ସେ ବାଟ ଦେଖାଇଦେବେ, ଏମିତି ବହୁତ କଥା ।
ହେ ଗଣେଶ ଦିଅଁ ଯେବେଠୁ ଖଡିଛୁଆଁ ହେଲା ସେବେଠୁ ତୁମ ସହିତ ମୋର ଭାବ ହୋଇଛି । ସୁନ୍ଦର ଭଜନ । ଏହି ଭଜରେ କଣ୍ଠଦାନ କରିଥିଲେ ଜୁନିୟର ଜେଡି ଜଗଦିଶ, ପ୍ରଯୋଜକ ଭରତ ବେହେରା, ଜଗା ଜେଡି କ୍ରିୟେସନର ମୁଖ୍ୟ ଜଗନ୍ନାଥ ଦାଶ ମହାନ୍ତି, ଗୀତିକାର ଅରୁଣ ସାହୁ, ଓ ଉପଦେଷ୍ଠା ଓଡ଼ିଶାର ବରିଷ୍ଠ କଣ୍ଠଶିଳ୍ପୀ ଦିବାକର ମହାନ୍ତି ପ୍ରଥମେ ଭଗବାନ ବିଘ୍ନ ବିନାଶକଙ୍କ ଶୋକ୍ଳ ଗାନ କରିବା ସଙ୍ଗେ ସଙ୍ଗେ ନିଜେ ଉପସ୍ଥିତ ରହି ସମସ୍ତ କଳାକାରମାନଙ୍କୁ ଆର୍ଶିବାଦ କରିଥିଲେ ।
ସଂଗୀତରେ ସଜାଇଥିଲେ ହାପି ମିଶ୍ର, ଭିଜୁଆଲ ଡାଇରେକଟର ସଚ୍ଚିଦାନଦ ସାମଲ, ସହ ପ୍ରଯୋଜକ ମାଧବ ମହାରଣା । ଜଗା ଜେଡି କ୍ରିଏସନ ୟୁଟୁବ ଚ୍ୟାନେଲରେ ଗଣେଷ ପୂଜାରେ ଓଡିଶାର ସମସ୍ତ ଜନସାଧାରଣ ବିଘ୍ନ ବିନାଶକ ଗଣେଶ ମହାପ୍ରଭୁଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଗଣେଶ ପୂଜାକୁ ଆନନ୍ଦର ସହ ଉପଭୋଗ କରିପାରିବେ ।
