ହାତବନ୍ଧା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ

1 min read

କେନ୍ଦୁଝର: ହାତବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁରର ବୁଢ଼ା ଖମଣ ସାହିରୁ ଜଣେ ଯୁବତୀଙ୍କର ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଘର ନିକଟସ୍ଥ ଏକ ଗଡ଼ିଆ ମଧ୍ୟରୁ ମିଳିଛି ଯୁବତୀଙ୍କର ମୃତଦେହ । ଗଡିଆ ପାଖ ଗଛମୂଳରୁ ଯୁବତୀଙ୍କର ଅନ୍ତଃବସ୍ତ୍ର ଓ ଚପଲ ମିଳିଛି । ଗତକାଲି ରାତିରେ ପରିବାର ଲୋକେ ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ । ରାତିରେ ଅନେକ ଖୋଜା ଖୋଜି ପରେ ମଧ୍ୟ ସେ ମିଳିନଥିଲେ ।

ଆଜି ସକାଳେ ସାହି ପଡିଶାଙ୍କୁ ଖବର ଦେଇ ପୁଣି ଖୋଜା ଖୋଜି କରାଯାଇଥିଲା । ଆଜି ଅପରାହ୍ନ ୩ଟା ବେଳେ ଘର ନିକଟରେ ଥିବା ଏକ ଗଡ଼ିଆରୁ ହାତବନ୍ଧା ଅବସ୍ଥାରେ ଝିଅର ମୃତଦେହ ମିଳିଥିଲା । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Opn Commnet Area

Leave a Reply

Your email address will not be published. Required fields are marked *