ସ୍କୁଲ ଛାତ୍ରଙ୍କ ଉପରେ ମାଡ଼ିଗଲା ମୋ ବସ୍, ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ମୋ ବସ ବିରୁଦ୍ଧରେ ଅଭିଯୋଗ। ସ୍କୁଲ ଛାତ୍ରଙ୍କ ଉପରେ ବସ୍ ମାଡ଼ିଯିବାରୁ ଛାତ୍ରଙ୍କ ମୃତ୍ୟୁ ହୋଇଛି।  ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା, ମା।  ୟୁନିଟ-8 ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ସନ୍ଦିପ କୁମାର ନାୟକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସନ୍ଦିପ ଟିଉସନରୁ ଫେରୁଥିବା ସମୟରେ ସ୍କୁଲ ଛକରେ ପ୍ରଥମେ ଏକ ବାଇକ ଧକ୍କା ଦେଇଥିଲା।

ସେ ରାସ୍ତାର ଗୋଟିଏ ପାର୍ଶ୍ଵରେ ଛିଡ଼ା ହୋଇଥିବାବେଳେ ଦ୍ରୁତଗତିରେ ମୋ ବସ୍ ଆସି ସନ୍ଦୀପଙ୍କୁ ଧକା ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସନ୍ଦିପଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଶତାବ୍ଦୀ ନଗର ଓ ପ୍ରଗତିନଗରରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ମୋ ବସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।