spot_img

Latest Posts

ସମୁଦ୍ର ଗର୍ଭରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ନୌସେନା

ମୁମ୍ବାଇ: ଆଜି ନୌସେନା ଦିବସ । ଡିସେମ୍ବର ୪ ତାରିଖକୁ ଭାରତୀୟ ନୌବାହିନୀ ନୌସେନା ଦିବସ ଭାବେ ପାଳନ କରି ଆସୁଛି । ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ସମୁଦ୍ର ଗର୍ଭରେ ଏ ଅବସରରେ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମଥର ଲାଗି ନୌସେନା ପକ୍ଷରୁ ଏଭଳି ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ୪୦ ବିମାନ ସହ ୨୦ ଯୁଦ୍ଧ ପୋତ କଳାକୌଶଳ ପ୍ରଦର୍ଶନ କରିଥିଲେ । ମିଗ୍ ୨୯କେ ବିମାନ ସହ ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ଯୁଦ୍ଧକୌଶଳ ପ୍ରଦର୍ଶନ କରିଥିଲେ।

ଜଳପଥରେ ଭାରତୀୟ ନୌବାହିନୀର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିଥିଲେ ଯବାନ । ସମୁଦ୍ରରେ ସାମରିକ କଳାକୌଶଳ ସହ କ୍ଷମତା ପ୍ରଦର୍ଶନ କରିଥିଲା ଇଣ୍ଡିଆନା ନେଭି। ମହାରାଷ୍ଟ୍ରର ଏହି ସିନ୍ଧୁଦୁର୍ଗ କିଲ୍ଲା ୧୮୬୦ରେ ଛତ୍ରପତି ଶିବାଜୀ ମହାରାଜ ନିର୍ମାଣ କରିଥିଲେ । ନୌସେନା ଦିବସ ପାଳନ ଅବସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି।

୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୟ ବିଜୟକୁ ସ୍ମରଣ କରିବା ଅବସରରେ ଏହି ଦିବସ ପାଳିତ ହୋଇଆସୁଛି । ଏହି ଯୁଦ୍ଧରେ ପାକିସ୍ତାନର କରାଚୀ ବନ୍ଦରରେ ଭାରତୀୟ ନୌସେନାର ଅପରେସନ ଟ୍ରାଇଡେଣ୍ଟକୁ ମନେ ପକାଇ ଏହି ଦିବସ ପାଳନ କରାଯାଉଛି। କରାଚୀ ବନ୍ଦରରେ ଭାରତୀୟ ନୌସେନା ପକ୍ଷରୁ ଜବରଦସ୍ତ ଆକ୍ରମଣ କରଯାଇଥିଲା।

Latest Posts

Don't Miss