spot_img

Latest Posts

ରାଜ୍ୟର ୪୫ ମିନିଟ୍ ହେବ ପାୱାର କଟ୍

ଭୁବନେଶ୍ୱର: ପାଣି ଅଭାବରୁ ଜଳ ବିଦ୍ୟୁତ ଉତ୍ପାଦନ କମିଛି। ଚଳିତ ଖରାଦିନେ ୩୦୦ମେଗାୱାଟ୍ ଜଳ ବିଦ୍ୟୁତ ଉତ୍ପାଦନ କମ୍ ହେଉଛି। ସେଥିପାଇଁ ଅସ୍ଥାୟୀ ଭାବେ ଦିନକୁ ରାଜ୍ୟର କେତେକ ଅଞ୍ଚଳରେ ଅଧଘଣ୍ଟାରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପାୱାର କଟ୍ ହେବ । ଏନେଇ ଟିପିସିଓଡିଏଲ୍ ସିଇଓ ସ୍ପଷ୍ଟ କରିଛନ୍ତି। ଖରାଦିନେ ପିକ୍ ଆଓ୍ବାରରେ ୧୫୪୫ ମେଗାଓ୍ବାଟ୍ ବିଦ୍ୟୁତ ଆବଶ୍ୟକ ହେଉଛି। ବିଦ୍ୟୁତ ଗ୍ରାହକଙ୍କୁ ଖରାଦିନେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବର୍ଷକ ପୂର୍ବରୁ ବଣ୍ଟନ କମ୍ପାନୀ ପକ୍ଷରୁ ପ୍ରସ୍ତୁତି ହୋଇଛି । ଲୋ-ଭୋଲଟେଜ୍ ଅଞ୍ଚଳକୁ ଚିହ୍ନଟ କରାଯିବା ସହ ୧୦୦ଟି ଟ୍ରାନ୍ସଫର୍ମର୍ ବଦଳାଯାଇଛି।

ସେହିପରି ୧୦୦୦ ଟ୍ରାନ୍ସଫର୍ମରର ମରାମତି ସହ ୨୦ ହଜାର ଟ୍ରାନ୍ସଫର୍ମରର ରକ୍ଷଣାବେକ୍ଷଣ ହୋଇଛି । ଗ୍ରାହକଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ କମ୍ପାନୀ ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ୪୫୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବ । ୨୦୨୦-୨୧ରେ ଏଟି.ଆଣ୍ଡ୍.ସି କ୍ଷତି ୨୯.୫୪ ପ୍ରତିଶତ କମା ଯାଇଥିବା ବେଳେ ୨୦୨୧-୨୨ରେ ଏଟି.ଆଣ୍ଡ୍.ସି କ୍ଷତି ୨୫.୪ ପ୍ରତିଶତକୁ ହ୍ରାସ କରାଯାଇପାରିଛି। ଗତ ମାର୍ଚ୍ଚ ଶେଷ ସୁଦ୍ଧା କମ୍ପାନୀର ୯ପ୍ରତିଶତ ବିଦ୍ୟୁତ ଗ୍ରାହକ ବୃଦ୍ଧି ହୋଇଛନ୍ତି ।

ଓଡ଼ିଶା ବନ୍ୟା ଓ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବାରୁ ଉପକୂଳ ଜିଲ୍ଲାରେ ଏଚ୍ ପୋଲ ବଦଳରେ ଆଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ ବିଦ୍ୟୁତ ପୋଲ ପ୍ରତିଷ୍ଠା କରାଯିବ। ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ପବନ ବହିଲେ ବି ଖୁଣ୍ଟ ଉପୁଡିବ ନାହିଁ। କମ୍ପାନୀ ପକ୍ଷରୁ ଲଗାଯାଉଥିବା ମିଟର ତ୍ରୁଟିଶୂନ୍ୟ। ଏଥିରେ ଅଧିକ ବିଲ୍ ଆସିବ ନାହିଁ ବୋଲି ସିଇଓ କହିଛନ୍ତି ।

Latest Posts

Don't Miss