ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ଭରତପୁର ଜିଏ କଲୋନୀରେ ଭରତପୁର ନେଚର ପାର୍କ ଉଦଘାଟିତ । ଉତ୍ତର ବିଧାୟକ ସୁସାନ୍ତ ରାଉତ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହାକୁ ଉଦଘାଟନ କରିଛନ୍ତି। ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଉପସ୍ଥିତ ଥିଲେ। ୫ ଏକର ଜମିରେ ଏହି ନେଚର ପାର୍କଟି ନିର୍ମାଣ ହୋଇଛି। ଏଥିରେ ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାରର ଦୋଳି ରହିଛି, ଚଲା ପଥ, ମୁକ୍ତାକାଶ ବ୍ୟାୟାମ ଶାଳା, ପାଠାଗାର, ଫୁଡ୍ କୋର୍ଟ, ଯୋଗ ମଣ୍ଡପ, ଓଡ଼ିଶାରେ ପ୍ରଥମ ଥର ପାଇଁ ପୋଷା କୁକୁରଙ୍କ ଖେଳିବା ପାଇଁ ସ୍ବତନ୍ତ୍ର ପାର୍କ ରହିଛି । ପାର୍କ ଭିତରେ ସୁନ୍ଦର ଫୁଲ ବଗିଚା ସହ ସବୁଜିମାରେ ପରିପୂର୍ଣ୍ଣ ହୋଇଛି ପାର୍କ। ପାର୍କ ଉଦଘାଟନ ପରେ ପିଲାମାନେ ପାର୍କରେ ଖେଳୁଛନ୍ତି। ଏହି ପାର୍କ ଟି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ମାଣ କରାଯାଇଛି । ପାର୍କରେ ସୁନ୍ଦର ବ୍ୟବସ୍ଥା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

