‘ମେଡ଼ିକାଲର ସ୍ୱତନ୍ତ୍ର ବ୍ଲକର୍ ରହିବେ ଓମିକ୍ରନ ଆକ୍ରାନ୍ତ‘

ଭୁବନେଶ୍ୱର: ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । ବାହାରଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡାନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନ୍ ପଜିଟିଭଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ କରାଯିବ ସ୍ୱତନ୍ତ୍ର ବ୍ଲକ । ଯେପରି ଅନ୍ୟ ରୋଗୀଙ୍କ ସହ ସଂସ୍ପର୍ଶରେ ନଆସିବେ ବ୍ୟବସ୍ଥା କରାଯିବ । ସେମାନଙ୍କ ପାଇଁ ହୋମ ଆଇସୋଲେସନ୍ ବ୍ୟବସ୍ଥା ନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଓମିକ୍ରନ୍ ଡେଲ୍ଟା ଠାରୁ ୫ ଗୁଣା ଅଧିକ ସଂକ୍ରାମକ । ତେବେ କେତେ ହସ୍ପିଟାଲାଇଜେସନ ହେବେ, କେତେ ଗୁରୁତର ହେବ ଜଣାପଡିନି । କିନ୍ତୁ ସାଧାରଣତଃ କୋଭିଡ ଭଳି ଲକ୍ଷଣ ପ୍ରକାଶ ପାଉଛି । ଭ୍ୟାକ୍ସିନ ଉପରେ ଏହାର ପ୍ରଭାଵ କଣ ରହିବ ବିଚାରାଧୀନ ଅଛି । ବର୍ତ୍ତମାନ ଅଧିକ ରୋଗୀ ନଥିବାରୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଷ୍ଟାଣ୍ଡବାଇ ମୋଡ୍ରେ ଅଛି ।
ଆବଶ୍ୟକ ସ୍ଥଳେ ଦୁଇତିନି ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ। ସ୍ଥାନୀୟ ଲୋକ ପ୍ରତିନିଧି, ଗାଁର ମୁଖିଆ ବି ସୂଚନା ଦେଲେ ସର୍ଭିଲାନ୍ସକୁ ଆଣି ଟେଷ୍ଟ କରାଯିବ । ସରକାର ଏଆର ସୁବିଧା ପୋର୍ଟାଲରେ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।