ମାଛକୁଣ୍ଡ ଜଳ ଭଣ୍ଡାରରେ ଭାସୁଛି ମହିଳାଙ୍କ ମୃତ ଦେହ, ହତ୍ୟା ନା ଆତ୍ମହତ୍ୟା ?
କୋରାପୁଟ: ମାଛକୁଣ୍ଡ ଜଳ ଭଣ୍ଡାରର ଭାସୁଛି ମହିଳାଙ୍କ ମୃତ ଦେହ । ଜଳ ଭଣ୍ଡାରର ଉପର ପାର୍ଶ୍ଵରେ ରହିଥିବା ଆମ୍ବପଡା ଡଙ୍ଗା ଘାଟ ନିକଟରେ ଏକ ଅଚିହ୍ନା ମହିଳାଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଦୁଇ ଦିନ ହେଲା ମହିଳା ଜଣଙ୍କ ମୃତ ଦେହଟି ଜଳ ଭଣ୍ଡାରରେ ଭାସୁଥିଲେ ମଧ୍ୟ ପୋଲିସ କିମ୍ବା ପ୍ରସାଶନଙ୍କ ପକ୍ଷରୁ ଉଦ୍ଧାର କରାଯାଇନାହିଁ । ସେପଟେ ମୃତ ଦେହ ଦୁଇ ଦିନ ଧରି ଭାସୁଥିବାବେଳେ ପ୍ରଶାସନ ପକ୍ଷରୁ କୈଣସି ତତ୍ପରତା ପ୍ରକାଶ ପାଇନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।
ମାଛକୁଣ୍ଡ ଜଳ ଭଣ୍ଡାରରେ ଜଣେ ମହିଳାଙ୍କ କିପରି ମୃତ୍ୟୁ ଘଟିଲା । ଏହା ହତ୍ୟା ନା ଆତ୍ମହତ୍ୟା କିମ୍ବା ଦୁର୍ଘଟଣା । ଏସବୁକୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ମହିଳା ଜଣକ କିଏ ଆଉ କେଉଁ ଅଞ୍ଚଳର ଏ ଯାଏଁ ପରିଚୟ ମଧ୍ୟ ମିଳିପାରିନାହିଁ । ମହିଳା ଜଣକ ଏକ ମାଛ ଜାଲରେ ଲାଗି ରହିଥିବା ଦେଖିବାକୁ ମିଳିଛି । ପୋଲିସ କିମ୍ବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ କେହି ମଧ୍ୟ ଘଟଣାସ୍ଥଳରେ ପହଁଚି ନାହାଁନ୍ତି । ମୃତ ମହିଳା ଜଣଙ୍କୁ ଉଦ୍ଧାର କଲାପରେ ଘଟଣା ବିଷୟରେ ସ୍ପଷ୍ଟ ହେବ ।