ଭୁବନେଶ୍ବର: ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଅଡିଓକୁ ନେଇ ବିରୋଧିଙ୍କ ଉପରେ ବର୍ଷିଲେ ବିଧାୟକ ଭାଗିରଥି ସେଠୀ। ଆମେ ଲୋକଙ୍କ କଥା ଉଠାଇବାକୁ ଆସିଛୁ । ଯେମିତି ବିରୋଧୀ ଦଳ ହୋହଲା କଲେ ସେଥିରୁ ଜଣା ପଡୁଛି ଯେ, ବିଧାୟକଙ୍କ ଉପରେ ପ୍ରଭାବ ପଡିବ । ଏମିତି ହେଲେ ଆମେ କୌଣସି ଅଫିସରଙ୍କୁ କିଛି କହି ପାରିବୁ ନାହିଁ । କିଛି କହିଲେ ଅଫିସର କଥା ରେକର୍ଡ କରି ଭାଇରାଲ କରିବେ ବୋଲି ପ୍ରଶ୍ନ ଉଠାଉଛନ୍ତି ବିଧାୟକ ଭାଗିରଥି ସେଠୀ ।
ସେହିପରି ଭାଗିରଥି କହିଛନ୍ତି, ଯିଏ ଏମିତି କରିଛନ୍ତି ତାଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ ଜାରି କରାଯାଉ ସବୁ ଅଫିସର ନୁହନ୍ତି କିଛି ଅଫିସର ଅଛନ୍ତି ଯେଉଁମାନେ ଦୁର୍ନିତୀଗସ୍ତ, ସେମାନେ ଏମିତି କରୁଛନ୍ତି । ସେମାନଙ୍କ କଥାକୁ ତର୍ଜମା ନକରି ବିଧାୟକ ହୋ ହଲ୍ଲା କରୁଛନ୍ତି । ଏମିତି କଲେ ବିରୋଧୀ ଦଳ ନିଜେ ନିନ୍ଦିତ ହେବେ । କିନ୍ତୁ ବ୍ୟୋମକେଶ ଯାହା କହିଛନ୍ତି, ଠିକ କହିଛନ୍ତି ।
ତାଙ୍କ ଅଡିଓକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଉ । କିଏ ବଜେଇ ଦେଲା ବୋଲି ତାକୁ ନେଇ ହୋହଲ୍ଲା ନକରାଯାଉ । ଏମିତି ହେଲେ ବିଧାୟକ କୌଣସି ଅଫିସରଙ୍କୁ କିଛି କହି ପାରିବେ ନାହିଁ । ବ୍ୟୋମେକଶଙ୍କ କହିବା ହେଉଛି ତାଙ୍କ ଅଡିଓକୁ ଏଡିଟ୍ କରାଯାଇଛି । ଯିଏ ଏଭଳି କରିଛନ୍ତି ତାଙ୍କ ବିରୋଧରେ ଯାଂଚ କରାଯାଉ । ନହେଲେ ଆଗାମୀ ଦିନରେ ବିଧାୟକ ମାନେ ଅଫିସରଙ୍କ ସହିତ କଥା ହେବାକୁ ଡରିବେ ବୋଲି କହିଛନ୍ତି ଭାଗିରଥି ସେଠୀ ।
ସୂଚନା ମୁତାବକ ଦୁଇ ଦିନ ତଳେ ବିଧାୟକ ବ୍ୟୋମକେଶ ରାୟ ଜଣେ ପୋଲିସ କର୍ମଚାରୀଙ୍କ କଥା ହେଉଥିବା ଅଡିଓକୁ କିଛି ଚ୍ୟାନେଲ ଏଡିଟ କରି ବଜାଇଥିଲେ । ଯେଉଁଥିରେ ବ୍ୟୋମକେଶ ସାଧାରଣ ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ଏବଂ ସାଧାରଣ ଲୋକଙ୍କ ଅଭିଯୋଗକୁ ଶୁଣୁ ନଥିବା ନେଇ ଅଧିକାରୀଙ୍କୁ ତାଗିତ କରିଥିଲେ ।

