ନୂଆଦିଲ୍ଲୀ: ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ ବାୟୁମଣ୍ଡଳ । ଲଗାତାର ତିନି ଦିନ ଧରି ରାଜଧାନୀ ଦିଲ୍ଲୀରେ ବଢୁଛି ପ୍ରଦୂଷଣ। ଶନିବାର ସକାଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ନିମ୍ନସ୍ତରକୁ ଖସିଆସିଛି। ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ପାର୍ ହୋଇଯାଇଛି। ବାୟୁ ଗୁଣବତ୍ତା ଅଧିକ ହେବାରେ ଲାଗିଛି। ଆନନ୍ଦ ବିହାର ଅଞ୍ଚଳରେ ସ୍ଥିତି ସବୁଠାରୁ ଅଧିକ ଖରାପ ହୋଇଛି। ସେଠାରେ ଏକ୍ଯୁଆଇ ହୋଇଛି ୩୩୯। ଇଣ୍ଡିଆ ଗେଟରେ ଏକ୍ଯୁଆଇ ରହିଥିଲା ୨୭୦। ସେହିପରି ଦ୍ବାରକାର ସେକ୍ଟର ୮ରେ ଏକ୍ଯୁଆଇ ଅତି ଖରାପ ଅର୍ଥାତ ୩୨୫ ହୋଇଛି। ବିବେକ ବିହାର ଅଞ୍ଚଳରେ ଏକ୍ଯୁଆଇ ରହିଛି ୩୨୪।
ପଡୋଶୀ ପଞ୍ଜାବ ଓ ହରିୟାଣାରେ ନଡ଼ା ଜାଳିବା ଘଟଣା ବଢୁଥିବାରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ପଡିବା ଦେଖାଯାଇଛି। ସେପଟେ ପ୍ରଦୂଷିତ ହେବାରେ ଲାଗିଛି ଯମୁନା ନଦୀ । ଆଜି ଯମୁନା ନଦୀରେ କିଛି ସ୍ଥାନରେ ବିଷାକ୍ତ ଫେଣ ଭାସୁଥିବାର ଦେଖିବାକୁ ମିଳିଛି । ଛଟ ପୂଜା ପୂର୍ବରୁ ଯମୁନା ନଦୀର ଅବସ୍ଥା ଖରାପ ହେବାରୁ ଲୋକଙ୍କ ଚିନ୍ତା ବଢିଛି।

