ବିଶ୍ୱାସ/ ଅନ୍ଧବିଶ୍ୱାସ: ଗୋପାଳନ କରନ୍ତି କିନ୍ତୁ କ୍ଷୀର ବ୍ୟବହାର କରନ୍ତିନି

1 min read

ମାଲକାନଗିରି:  ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅତି ଯତ୍ନରେ ଗାଈ ପାଳନ୍ତି । କିନ୍ତୁ କ୍ଷୀର ଟୋପାଏ ଦୁହିଁବାକୁ ସଂକୋଚ କରନ୍ତି । ପିଢି ପରେ ପିଢି ଏହି ପରମ୍ପରା ଚାଲିଆସିଛି । କାହିଁକି କ୍ଷୀର ଦୁହିଁବାକୁ ସଂକୋଚ କରନ୍ତି ତାହାର କିଛି ତଥ୍ୟ ସେମାନଙ୍କ ପାଖରେ ନାହିଁ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏବେବି ଏମିତି କିଛି ଅଜବ ବିଶ୍ୱାସ ବଞ୍ଚିଛି । ତାହା ବୋଲି ଗାଈର ଯତ୍ନ ନେବାରେ ଆଜି ଯାଏଁ କୌଣସି ପ୍ରକାର ଅବହେଳା କରିନାହାନ୍ତି ।

ଦୀର୍ଘଦିନ ହେଲା ବିଛିନ୍ନ ହୋଇ ରହିଥିଲା ଚିତ୍ରକୋଣ୍ଡା ବ୍ଲକର ସାତଟି ପଞ୍ଚାୟତ । ବର୍ତ୍ତମାନ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏବେ ସମସ୍ତ ପଞ୍ଚାୟତ ବାହ୍ୟଜଗତ ସହ ଯୋଡ଼ି ହେବାକୁ ଲାଗିଛି । ଏହି ଅଞ୍ଚଳ ଗୁଡିକରେ ବର୍ତମାନ ଧୀରେ ଧୀରେ ବିକାଶ ପହଞ୍ଚୁଛି । ବର୍ତମାନ ଏହି ସ୍ୱାଭିମାନ ଅଞ୍ଚଳବାସୀ କେମିତି ଜୀବନ ବଞ୍ଚୁଛନ୍ତି ତାହା ଅନୁଧ୍ୟାନ କରିବାବେଳେ ସାମ୍ନାକୁ ଆସିଲା ଗୋଟିଏ ଚକିତ କଲାଭଳି ପରମ୍ପରା । ଏହି ଅଞ୍ଚଳରେ ସମସ୍ତେ ଗାଈ ପାଳନ କରନ୍ତି ଗାଈ ଗୋବରକୁ ଖତ କରି ଚାଷ କାର୍ଯ୍ୟରେ ବ୍ୟବହାର କରନ୍ତି କିନ୍ତୁ କ୍ଷୀରକୁ ବ୍ୟବହାର କରନ୍ତି ନାହିଁ । ଏମିତି ଏକ ଅଜବ ପରମ୍ପରା ଦେଖବାକୁ ମିଳିଥିଲା । ପଚାରୁ ପଚାରୁ ଏଠାକାର ସମସ୍ତ ବାସିନ୍ଦା ଗାଈରୁକ୍ଷୀର  ନଦୁହିଁ ବାଛୁରୀ ପାଇଁ ଛାଡ଼ିଦେବା କଥା କହୁଥିବା ବେଳେ ଆଉ କେତେ ଲୋକ ଭଗବାନଙ୍କୁ ବିଶ୍ୱାସ କରି ଖୀର ଦୁହୁଁ ନଥିବା କଥା କହୁଥିଲେ ।

ଅନେକ ଲୋକେ ପୁଣି ଏଭଳି ଉତ୍ତର ଦେଇ କହିଥିଲେ ଯେ ପୂର୍ବ ପୁରୁଷ ପ୍ରଣୟନ କରିଥିବା ପରମ୍ପରାକୁ ପିଢି ପରେ ପିଢି ନିଭେଇ ଆସୁଛୁ । କେବେଳ ଦେବା ଦେବୀଙ୍କ ପୂଜା ସମୟରେ କ୍ଷୀର ଦୁହିଁ ପୂଜା କରନ୍ତି । ଅନ୍ୟ ସମୟରେ ସେମାନେ କ୍ଷୀର କେବେ ଦୁହାଁନ୍ତିନି ବୋଲି ଜଣା ପଡିଥିଲା । କିନ୍ତୁ ଏହା ପଛରେ ଯୁକ୍ତି ରହିଥିବା ସେମାନେ ମନେ କରନ୍ତି । ସେହି ପରି ନିଜ ପରମ୍ପରାକୁ ବଞ୍ଚାଇବା ପାଇଁ ପୂର୍ବ ପୁରୁଷଙ୍କ ନିଷ୍ପତିକୁ ସମ୍ମାନ ଦେବା ତାଙ୍କର ମୁଖ୍ୟ ଉଦେଶ୍ୟ ବୋଲି କହନ୍ତି । ତେବେ ସେହି ଅଞ୍ଚଳର ଅନ୍ୟ କିଛି ଜଣା କହିବା କଥା ଅନୁଯାଇ ଦେବା ଦେବୀଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ପୂର୍ବପୁରୁଷ ଏହି ପରମ୍ପରାକୁ ପାଳନ କରିବା ପାଇଁ ଆଦେଶ ଦେଇଥିଲେ ଯାହା ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner