ବିଶ୍ବ ହଜମ ସ୍ବାସ୍ଥ୍ୟ ଦିବସ ୨୦୨୨: ‘କଲୋନ କ୍ୟାନସର : ଟ୍ରାକକୁ ଫେରିବାର ବାଟ’

1 min read

ଭୁବନେଶ୍ୱର: ଭାରତ ସ୍କାଉଟ ଏଣ୍ଡ ଗାଇଡ଼ସ୍ ପକ୍ଷରୁ ବିଶ୍ବ ହଜମ ସ୍ବାସ୍ଥ୍ୟ ଦିବସ ୨୦୨୨ ପାଳିତ ହୋଇଯାଇଛି । ୨୦୦୪ରୁ ପାଳନ ହୋଇଆସୁଥିବା ଏହି ଦିବସରେ ଏଥରର ଥିମ୍ ହେଉଛି ’କଲୋନ କ୍ୟାନସର : ଟ୍ରାକକୁ ଫେରିବାର ବାଟ’ । କଳିଙ୍ଗ ଗ୍ୟାଷ୍ଟ୍ରୋ-ଏଣ୍ଟ୍ରୋଲୋଜି ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଫେସର ଏସ୍.ପି.ସିଂହ ଏଥିରେ ଯୋଗ ଦେଇଥିବା ବେଳେ ରାଜ୍ୟର ବିଶିଷ୍ଟ ଗ୍ୟାଷ୍ଟ୍ରୋ-ଏଣ୍ଟ୍ରୋଲୋଜି ଡ଼ାକ୍ତର ମନୋଜ ସାହୁ ଓ ଅନ୍ୟ ଅତିଥି ମାନେ ଯୋଗ ଦେଇ କଲୋନ କ୍ୟାନସର କାରଣ ଓ ନିରାକରଣ ବାବଦରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଭାରତ ସ୍କାଉଟସ୍ ପରିବାରର ସମସ୍ତ ସଦସ୍ୟଙ୍କ ସହ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଶେଷ କରି ଦିନକୁ ଦିନ ବଦଳୁଥିବା ଖାଦ୍ୟାଭ୍ୟାସ ଯୋଗୁଁ କଲୋନ କ୍ୟାନସର ରୋଗ ଦେଖାଦେଇଥାଏ । ଏହି ଦିବସରେ ଏହି ରୋଗ ବାବଦରେ ସେଚତନତା, ସ୍ବାସ୍ଥ୍ୟକର ଖାଦ୍ୟ ଉପରେ ଗୁରୁତ୍ବ ବାବଦରେ ବୁଝାଯିବା ସହ ଏହି ରୋଗର ଲକ୍ଷଣ ଦେଖାଗଲେ କିପରି ପ୍ରାଥମିକ ଚିକିତ୍ସା କରିହେବ, ସେ ବାବଦରେ ଆଲୋଚନା ହୋଇଥିଲା ।

[DISPLAY_ULTIMATE_SOCIAL_ICONS]