ନନ୍ଦିଘୋଷ ବ୍ୟୁରୋ : ଗାନ୍ଧୀ ଜୟନ୍ତିରେ ମହିଳାଙ୍କ ପାଇଁ ବଡ ଭେଟି । ଏଣିକି ସବୁ ବସ୍ ରେ ମାଗଣାରେ ଯାଇପାରିବେ ମହିଳା । ତାମିଲନାଡୁ ସରକାର ମହିଳାଙ୍କ ପାଇଁ ବର୍ତ୍ତମାନ ଏଭଳି ଏକ ବଡ ଘୋଷଣା କରିଛନ୍ତି । ମହିଳା ଏବଂ ଟ୍ରାନ୍ସେଜେଣ୍ଡର ସମ୍ପ୍ରଦାୟକୁ ଅଧିକ ସାର୍ବଜନୀନ ସୁବିଧା ଯୋଗାଇବା ଦିଗରେ ଏହି ଗୁରୁତ୍ବପୂର୍ଣ୍ଣ ପଦେକ୍ଷପ ନେଇଛନ୍ତି ତାମିଲନାଡୁର ବିଜୟ ସରକାର । ଗାନ୍ଧୀ ଜୟନ୍ତି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟ ଚେନ୍ନାଇରେ ଭେଟ୍ଟି ପୟନମ୍ ଥିଟ୍ଟମ୍ ଯୋଜନାର ଏକ ବିସ୍ତାରିତ ସଂସ୍କରଣ ଆରମ୍ଭ କରିଛନ୍ତି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି, ମହିଳା ଏବଂ ଟ୍ରାନ୍ସେଜେଣ୍ଡରଙ୍କୁ ସରକାରୀ ବସ୍ ରେ ମାଗଣା ଯାତ୍ରା ସେବା ଯୋଗାଇବା । ଏହାଦ୍ବାରା ଆର୍ଥିକ ଦୃଷ୍ଟିରୁ ଦୂର୍ବଳ ବର୍ଗଙ୍କୁ ଆଶ୍ବସ୍ତି ମିଳିବା ସହ ଶିକ୍ଷା, ନିଯୁକ୍ତି ଏବଂ ଅନ୍ୟାନ୍ୟ ଜରୁରୀ ସେବାରେ ସେମାନଙ୍କ ପ୍ରବେଶକୁ ଉନ୍ନତ କରିବ ।
ସୂଚନା ମୁତାବକ, ଏପର୍ଯ୍ୟନ୍ତ ମହାନଗର, ସହରାଞ୍ଚଳରରେ ସାଧରଣ ବସରେ ମାଗଣା ଯାତ୍ରା ଉପଲବ୍ଧ ଥିଲା, କିନ୍ତୁ ନୂତନ ବ୍ୟବସ୍ଥା ଏହି ଯୋଜନାକୁ ବିସ୍ତାର କରି ଅଧିକ ବସ୍ ବର୍ଗକୁ ଅର୍ନ୍ତଭୁକ୍ତ କରିବ । ସରକାରକ ଏବେ ଏହି ଯୋଜନାକୁ ବିସ୍ତାର କରି ଏକ୍ସପ୍ରେସ୍ , ଏଲଏସଏସ ଏବଂ ଡିଲକ୍ସ ବସକୁ ଅର୍ନ୍ତଭୁକ୍ତ କରିଛନ୍ତି । ଏହାସହ ଜିଲ୍ଳା ମଧ୍ୟରେ ଚାଲୁଥିବା ସାଧାରଣ ଉପନଗରୀୟ ବସ୍ ଏବଂ ୪୦ କିଲୋମିଟରରୁ ଅଧିକ ଦୂରତା ଥିବା ପାହାଡି ଅଂଚଳରେ ସାଧାରଣ ବସ୍ ସେବା ଅର୍ନ୍ତଭୁକ୍ତ ହେବ । ଫଳରେ ସାର୍ବଜନୀନ ପରିବହନ ବ୍ୟବହାରକୁ ଆହୁରି ଉତ୍ସାହିତ କରିବ । ଯାହା ଲକ୍ଷ ଲକ୍ଷ ମହିଳାଙ୍କ ଯାତ୍ରାକୁ ଆହୁରି ସହଜ ଏବଂ ସୁଲଭ କରିବ । ତେବେ ତାମିଲନାଡୁ ସରକାରଙ୍କ ୭ଟି ପରିବହନ ନିଗମ ଅଧିନରେ ପରିଚାଳିତ ମୋଟ ୧୨,୬୯୨ଟି ବସ୍ ଅର୍ନ୍ତଭୁକ୍ତ କରାଯାଇଛି । ଯଦି ଦେଖିବା ତାମିଲନାଡୁରେ ବିଜୟ ସରକାର ଆସିବା ପରଠାରୁ ଗୋଟେ ପରେ ଗୋଟେ ଲୋକୁଭିମୁଖୀ ଯୋଜନା ଜନତାଙ୍କୁ ଭେଟି ଦେଉଛନ୍ତି । ଆଉ ଏହି ଦିଗରେ ଏବେ ଆହୁରି ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ।

