ବିଏମସି ଫୋକସରେ ଭିକ୍ଷୁକ, ସ୍ୱତନ୍ତ୍ର ଡ୍ରାଇଭରେ ନେଲେ ଟିକା

1 min read

ଭୁବନେଶ୍ୱର: ବାସହୀନଙ୍କ ପରେ ଭିକ୍ଷୁକଙ୍କୁ ଗୁରୁତ୍ବ । ସମ୍ବେଦନଶୀଳ ବର୍ଗଙ୍କ ଉପରେ ବିଏମସିର ଫୋକସ୍ । ଆଗକୁ କିନ୍ନର ଓ ଦିଵ୍ୟାଙ୍ଗଙ୍କ ପାଇଁ ହେବ ସ୍ବତନ୍ତ୍ର ଡ୍ରାଇଭ । ଟିକାର ଅଭାବକୁ ନେଇ ଚିନ୍ତାରେ ରାଜଧାନିବାସୀ । କାରଣ ରାଜ୍ୟରେ କେବଳ ଭୁବନେଶ୍ବରରେ ଦିଆଯାଉଛି କୋଭକ୍ସିନ । ଟିକାର ଅଭାବ ସତ୍ତ୍ବେ କେହି ଯେପରି ଟିକାକରଣରୁ ବାଦ ନପଡନ୍ତି ସେଥିପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ।

ବାସହୀନଙ୍କ ସାମୁହିକ ଟିକାକରଣ ପରେ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଭିକ୍ଷୁକଙ୍କର କରାଯାଇଛି ଟିକାକରଣ । 3ଟି ଆଶ୍ରୟ ସ୍ଥଳରେ 138 ଜଣଙ୍କକରାଯାଇଛି ଟିକାକରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ତରରେ ସ୍ବତନ୍ତ୍ର ଟିମ୍ ଜରିଆରେ ଚାଲିଥିବା ଏହି କାର୍ଯ୍ୟ ସର୍ବୋପରି ବିଏମସିର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଭୁବନେଶ୍ୱର ବିଧାୟକ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ପୂର୍ବରୁ ଭିକ୍ଷାବୃତି କରୁଥିଲେ । ବିଏମସି ପକ୍ଷରୁ ରାଜଧାନୀକୁ ଭିକାରୀ ମୁକ୍ତ କରିବା ପ୍ରୟାସରେ ସ୍ୱତନ୍ତ୍ର ଆଶ୍ରୟସ୍ଥଳରେ ଥଇଥାନ କରାଯାଇଛି ।

ଆଶ୍ରୟ ସ୍ଥଳରେ ସବୁ ସୁବିଧା ଥିଲେ ସୁଦ୍ଧା ଟିକା ସେମାନଙ୍କୁ ମିଳିବ କି ନାହିଁ ସନ୍ଦେହରେ ଥିଲେ । ତେବେ ପ୍ରଥମ ଡୋଜ ଟିକା ନେବାପରେ ଖୁସି ବ୍ୟକ୍ତ କରିଛନ୍ତି ସମସ୍ତେ । ସେପଟେ ବାସହୀନ ଓ ଭିକ୍ଷୁକଙ୍କ ପରିଚୟପତ୍ର ନଥିବା ସତ୍ତ୍ୱେ ସେମାନଙ୍କ ପାଇଁ ବିଏମସିର ଏହି ସ୍ୱତନ୍ତ୍ର ଅଭିଯାନ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି ଓଡିଶା ପତିତା ଉଦ୍ଧାର ସମିତି ସମ୍ପାଦିକା  ସୋମବାର ଠାରୁ ଦିବ୍ୟାଙ୍ଗଙ୍କ ସମେତ କିନ୍ନର ଓ ଅନ୍ୟ ଅବହେଳିତ ବର୍ଗଙ୍କ ପାଇଁ ଟିକାକରଣର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଏମସି ପକ୍ଷରୁ ହାତକୁ ନିଆଯିବ ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner