ନନ୍ଦିଘୋଷ ବ୍ୟୁରୋ: ପୁଣି ରାଜ୍ୟରେ ବଢିବ ବର୍ଷା l ଉପାନ୍ତରୁ ଉପକୂଳ ଓ ପଶ୍ଚିମ ଯାଏ ଆହୁରି 4 ଦିନଯାଏ ବଢିବ ରାଜ୍ୟରେ ବର୍ଷା ପରିମାଣ l ଲଘୁଚାପ ଦୁର୍ବଳ ହେବା ପରେ ଏବେ ଉତ୍ତର ଝାରଖଣ୍ଡ ଓ ଗlଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଅନ୍ଧରପ୍ରଦେଶ ଉପରେ ଏକ ଘୁର୍ଣ୍ଣିବାଳୟ ସୃଷ୍ଟି ହୋଇଛି ଏହାର ପ୍ରଭାବ ରେ ପ୍ରଭାବରେ ଆସନ୍ତା 24 ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ l
ବର୍ଷା ନେଇ 20 ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଦିଆଯାଇଛି l ସେହି ଜିଲ୍ଲା ଗୁଡିକ ହେଉଛି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,ବରଗଡ଼,ଦେବଗଡ଼,ଝାରସୁଗୁଡା,ସମ୍ବଲପୁର,ଅନୁଗୁଳ, ଢେଙ୍କାନାଳ,ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତି, ଗଞ୍ଜାମ ଜିଲ୍ଲା…
ସେହପରି 8 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର.. ସେହି ଜିଲ୍ଲା ଗୁଡିକ ହେଉଚି କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର,ଢେଙ୍କାନାଳ, ମୟୁରଭଞ୍ଜ କେନ୍ଦୁଝର ଓ ଦେଓଗଡ ଜିଲ୍ଲା..ଏହି ଜିଲ୍ଲା ରେ ଆଗାମୀ 24 ଘଣ୍ଟାରେ ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ. ତେବେ ଆସନ୍ତା 24 ତାରିଖ ଯାଏ ଉପକୁଳ, ଉତ୍ତର ଓ ପଶ୍ଚିମ ଓଡିଶାରେ ଏଭଳି ବର୍ଷା ଲାଗିରହିବ l ଉପକୂଳ ଜିଲ୍ଲା ରେ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଆଉ କିଛି ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…
ଗତ ଜୁନ 1 ତାରିଖ ରୁ ଜୁଲାଇ 20 ତାରିଖ ସୁଦ୍ଧା ବର୍ତମାନ 475 ମିଳିମିଟର ବର୍ଷା ରେକର୍ଡ ହୋଇଛି l ଯାହାକି ସ୍ୱାଭାବିକ ବର୍ଷା ଠାରୁ 12 ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି l
ଗତ 24 ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ 119 ମିଲି ମିଟର ବର୍ଷା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

