ଭୁବନେଶ୍ୱର: ବମିଖାଲ ପେଟ୍ରୋଲ ଟାଙ୍କିରେ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ କାରକୁ ଜବତ କରିଛି ପୋଲିସ୍ । ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି । ପେଟ୍ରୋଲ ପକାଇବାକୁ ନେଇ ଯୁକ୍ତିତର୍କ ପରେ ଗୁଳି ଫୁଟାଇଥିଲେ ଦୁର୍ବୃତ୍ତ । ଦୁଇ ରାଉଣ୍ଡ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ପେଟ୍ରୋଲ ଟାଙ୍କିର ସିପୁନ ଖୁଣ୍ଟିଆ ନାମକ ଜଣେ କର୍ମଚାରୀ ଦୁର୍ବୃତ୍ତଙ୍କ ମାଡରେ ଆହତ ହୋଇଛନ୍ତି ।
ଏହି ଘଟଣାରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ତେଲ ପକାଇବାକୁ ଆସିଥିଲେ । କିନ୍ତୁ ପେଟ୍ରୋଲ ପମ୍ପ କର୍ମଚାରୀ ପ୍ରଥମେ ଏକ ଟାଭେରାରେ ତେଲ ପକାଇବାରୁ ପମ୍ପ କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ଦୁର୍ବୃତ୍ତମାନେ ଆଉ ୪ ଜଣ ସାଙ୍ଗଙ୍କୁ ଡାକି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ଯେତେବେଳେ ପୋଲିସ ପାଖରେ ପହଁଚିଲା, ସେତେବେଳେ ତନାଘନା ଆରମ୍ଭ କରିଥିଲା ପୋଲିସ । ଆଜି ପୋଲିସ ଉକ୍ତ କାରକୁ ଜବତ କରିଥିବାବେଳେ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରିଯିବା ନେଇ କହିଛି ପୋଲିସ ।

