ପୁରୀରେ ସ୍ୱର୍ଣ୍ଣିମ ବିଜୟ ମଶାଲ, ବ୍ଲୁ ଫାଗ ବିଚରେ ସ୍ୱାଗତ କଲା ଜିଲ୍ଲା ପ୍ରଶାସନ
ପୁରୀ: ସ୍ୱର୍ଣ୍ଣିମ ବିଜୟ ବର୍ଷ ଉପଲକ୍ଷେ ସ୍ବର୍ଣ୍ଣିମ ବିଜୟ ମଶାଲ ଆଜି ପୁରୀରେ ପହଁଚିଛି । ବ୍ଲୁ ଫ୍ଲାଗ ବିଚରେ ଏହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରଯାଇଥିଲା । ଏହି ଅବସରରେ ବାଲୁକା କଳା ସହ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ପରେ ବିଜୟ ମଶାଲକୁ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ଅଭିମୁଖେ ନିଯାଇଥିବା ବେଳେ ସେଠାରେ ମଧ୍ୟ ଭବ୍ୟ ସ୍ୱାଗତ କରାଯାଇଥିଲା ।
୧୯୭୧ରେ ପାକିସ୍ତାନ ବିରୁଦ୍ଧ ଯୁଦ୍ଧରେ ଭାରତର ବିଜୟର ପଚାଶ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ଉତ୍ସବର ଆୟୋଜନ କରାଯଇଥିଲା । ଏଥିରେ ବହୁ ସଂଖ୍ୟାରେ ଭାରତୀୟ ସେନା କାର୍ଯ୍ୟରତ କର୍ମଚାରୀ ଓ ଅବସର ପ୍ରାପ୍ତ ସେନା କର୍ମଚାରୀ ଯୋଗ ଦେଇଥିଲେ । ଭାରତୀୟ ସେନାରେ ଅଧିକରୁ ଅଧିକ ସାମିଲ ହୋଇ ଦେଶର ସୁରକ୍ଷାରେ ଯୋଗଦେବାକୁ ଆହ୍ୱାନ ଦେଇଥିଲେ ।
