spot_img

Latest Posts

ପାଇକମାଲକୁ NAC ମାନ୍ୟତା ଦାବି , ପ୍ରତିବାଦ କରି ବିଜେଡିର ୧୨ ଘଣ୍ଟିଆ ବନ୍ଦ

ନନ୍ଦିଘୋଷ ବ୍ୟୁରୋ : ପାଇକମାଲକୁ NAC ମାନ୍ୟତା ଦାବିରେ ବିଜୁ ଜନତା ଦଳ ପକ୍ଷରୁ 1୨ ଘଣ୍ଟିଆ ବନ୍ଦ ପାଳନ।  ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି।ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ଥିବାବେଳେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି।ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସମେତ ବିଜୁ ଜନତା ଦଳର କର୍ମୀ, ନେତା, ନେତ୍ରୀ ସହ ପାଇକମାଲର ଜନ ସାଧାରଣ ସ୍ଵତଃପ୍ରବୃତ୍ତ ଭାବେ ବନ୍ଦରେ ସାମିଲ ହୋଇଛନ୍ତି। ପାଇକମାଳ ଠାରେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଅଛି ଯାହାକି ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖାଯାଇଥାଏ। ଜନସଂଖ୍ୟାଠୁ ଆରମ୍ଭ କରି ଅନ୍ୟ ସବୁ ଦୃଷ୍ଟିରୁ ପାଇକମାଳ NAC ମାନ୍ୟତା ପାଇବାରେ ଯୋଗ୍ୟ ରହିଥିବା ବେଳେ କାହିଁକି ସରକାର ଅବହେଳା କରୁଛନ୍ତି ବୋଲି ବିଧାୟିକା ବର୍ଷା ସିଂ ବରିହା ପ୍ରଶ୍ନ କରିଛନ୍ତି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପାଇକମାଳର ହୋଇଥିବା ବେଳେ ପାଇକମାଲକୁ NAC ମାନ୍ୟତା ଦାବୀରେ କାହିଁକି ସହଯୋଗ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟିକା। ପୂର୍ବ ସରକାର ପଦ୍ମପୁର ଉପନିର୍ବାଚନ ସମୟରେ ପାଇକମାଳକୁ NAC ଘୋଷଣା କରିଥିଲେ। ହେଲେ ବର୍ତ୍ତମାନର ସରକାର ପାଇକମାଲକୁ NAC ମାନ୍ୟତାରୁ ବାଦ୍ ଦେବା ପାଇକମାଲବାସୀଙ୍କ ଉପରେ ଗଭୀର ଆଘାତ ଦେଇଛି। ପାଇକମାଳକୁ NAC ମାନ୍ୟତା ଅତି ଶୀଘ୍ର ପ୍ରଦାନ କରାଯାଉ ବୋଲି ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି। ଏହା ନ ହେଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ବିଜୁ ଜନତା ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

Latest Posts

Don't Miss