ପଡୋଶୀଙ୍କ କଳହରୁ ଫୁଟିଲା ଗୁଳି, ଗାଡି ପାର୍କିଂରୁ ମହାଭାରତ

1 min read

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି  । ଜାଗମରାରେ ଘଟିଛି ଘଟଣା, ୨ପଡୋଶୀଙ୍କ ମଧ୍ୟରେ ହୋଇଛି ମାରପିଟ  । ମିଳିଥିବା ସୂଚନା ମୁତାବକ ଗାଡ଼ି ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ମାରପିଟ ହୋଇଥିଲା  ।  ପଡୋଶୀଙ୍କ ମାଡ଼ରେ ଆହତ ହୋଇଥିଲେ ଜଣେ ଯୁବକ  । ଉକ୍ତ ଯୁବକ ଜଣଙ୍କ  ଫାଙ୍କା ଗୁଳି ଚାଳନା କରିଥିବା ସୂଚନା ମିଳିଛି  ।

୩ରୁ ୪ରାଉଣ୍ଡ ଫାଙ୍କା ଗୁଳି ଫୁଟାଇଛନ୍ତି ଉକ୍ତ ଯୁବକ  । ସେପେଟେ ଘଟଣାକୁ ନେଇ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି  ।  ପ୍ରାଥମିକ ତଦନ୍ତରୁ ହସ୍ତକ୍ଷେପ ହୋଇଥିବା ସୂଚନା ଅନୁଯାୟୀ ଯୁବକଙ୍କ ପାଖରେ ଲାଇସେନ୍ସ ବନ୍ଧୁକ ରହିଥିବାବେଳେ ସେହି ବନ୍ଧୁକରୁ ହିଁ ଗୁଳି ଚାଳନା କରିଛନ୍ତି ଯୁବକ ଜଣଙ୍କ  । ଯେଉଁ ବନ୍ଧୁକରୁ ଗୁଳି ଫୁଟିଛି, ତାହା  ଲାଇସେନ୍ସ ବନ୍ଧୁକ ହୋଇଥିବା ସୂଚନା ଦେଇଛି ପୋଲିସ  ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner