ନୂଆଦିଲ୍ଲୀରେ ପାଳନ ହେଲା ଓଡ଼ିଶାର ପାରମ୍ପାରିକ କାର୍ତ୍ତିକ ପିଠା ପର୍ବ

ନୂଆଦିଲ୍ଲୀ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ଼ଓଷା ଉପଲକ୍ଷେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ପାରମ୍ପାରିକ ଓଡ଼ିଶାର ପିଠା ପର୍ବ । ଓଡ଼ିଶା ପର୍ବପର୍ବାଣୀର ସଂସ୍କୃତିରେ ବିଭିନ୍ନ ପ୍ରକାରର ପାରମ୍ପାରିକ ପିଠାର ମହତ୍ୱକୁ ନୂଆଦିଲ୍ଲୀରେ ପ୍ରସାର ଓ ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି ଦୁଇଦିନିଆ ପିଠା ପର୍ବକୁ ଆୟୋଜିତ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣମୀ ଓ ବଡ଼ଓଷା ପର୍ବାଣୀରେ ଓଡ଼ିଶାର ପାରମ୍ପାରିକ ଓଡ଼ିଆ ପିଠାପର୍ବ ଦିଲ୍ଲୀର ଜନସାଧାରଣ ଓ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଆଦୃତ ହେବା ସହିତ ଅନେକ ଆନନ୍ଦ ଓ ଉଲ୍ଲାସ ଭରି ଦେଇଛି ।

ଦିଲ୍ଲୀବାସୀ ଓଡ଼ିଶାର ପାରମ୍ପାରିକ ଓଡ଼ିଆ ପିଠା ଆରିସା, କାକରା ସହିତ ନଡିଆ, ଛେନା, ମୁଗ ପୁର ଦିଆ ବିଭିନ୍ନ ପ୍ରକାରର ଛଣା ମଣ୍ଡାପିଠା ଓ ପିଜା, ମଣ୍ଡାପିଠାର ଶ୍ୱାଦ ଓ ସମୃଦ୍ଧ ଖାଦ୍ୟ ପରମ୍ପରା ସଂସ୍କୃତିକୁ ପ୍ରଶଂସା କରିଛନ୍ତି । ଓଡ଼ିଶାର ପାରମ୍ପାରିକ ପିଠା ପର୍ବକୁ ଓଡ଼ିଶାର ପୂର୍ବତନ ସାଂସଦ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘନିଷ୍ଠ ବନ୍ଧୁ ବୀରଭଦ୍ର ସିଂ ଏବଂ ତାଙ୍କ ପତ୍ନୀ ମାଳତୀ ସିଂ ଉଦ୍‌ଘାଟନ କରିଥିଲେ । ଏ ପାରମ୍ପାରିକ ପିଠାପର୍ବକୁ ଓଡ଼ିଶା ନିବାସର ୟାତ୍ରୀ ପକ୍ଷରୁ ମନୋରଂଜନ ଦାଶ ପରିଚାଳନା କରିଥିଲେ ।

Leave a Reply

ନଜର ପକାନ୍ତୁ