spot_img

Latest Posts

ନାହିଁ ନାହିଁରେ ସରକାରୀ ଡାକ୍ତରଖାନା ; ଆବଶ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀ ନଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ସରକାରୀ ଡାକ୍ତରଖାନାକୁ ଦୈନିକ ଏକ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେଵା ପାଇଁ ଆସି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ  ହେଉଛି । ହସ୍ପିଟାଲରେ ଆବଶ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀ ନଥିବା ବେଳେ ଏହର ପରିମଳ ଅତ୍ୟନ୍ତ ଦୟନୀୟ । ଡାକ୍ତରଖାନାରେ ୧୩୮ ଟି ଡାକ୍ତରୀ ପଦଵୀ ଆବଶ୍ୟକ ରହିଥିବା ବେଳେ ୫୮ ଡାକ୍ତର ପଦବୀ ଖାଲି ରହିଛି । ସେହିପରି ୧୫୮ ଜଣ ନର୍ସ ପଦବୀ ଖାଲି । ଡାକ୍ତରଖାନା ପରିସରରେ ଥିବା ଓ୍ବାଟର ଏଟିଏମ ଅଚଳ ହୋଇ ରହିଥିବା ବେଳେ ଡ଼ାକ୍ତରଖାନା ପରିସରରେ ପରିମଳ ଓ ସଫେଇ ବ୍ୟବସ୍ଥା ଠିକ ନଥିବା ଅଭିଯୋଗ ହେଉଛି । ଅଭିଯୋଗ ପରେ ରଘୁନାଥପାଲ୍ଲି ବିଧାୟକ ଡାକ୍ତରଖାନା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଡାକ୍ତରଖାନା ପରିସରର ପରିମଳ ଓ ସଫେଇ ବ୍ୟବସ୍ଥା ଠିକ ରଖିବା ପାଇଁ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ତାଗିଦ ତାଗିଦ କରିଛନ୍ତି ।

Latest Posts

Don't Miss