spot_img

Latest Posts

ଜୟ ପ୍ରକାଶ ହସ୍ପିଟାଲରେ ଦ୍ଵିତୀୟ ଜାତୀୟ ନର୍ସିଂ ସମ୍ମିଳନୀ ଅନୁଷ୍ଠିତ

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରର ଜୟ ପ୍ରକାଶ ହସ୍ପିଟାଲରେ ଦ୍ଵିତୀୟ ଜାତୀୟ ନର୍ସିଂ ସମ୍ମିଳନୀ ନର୍ସିକନ ଅନୁଷ୍ଠିତ ହେଉଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଏହି ସମ୍ମିଳନୀ ଦୁଇଦିନ ଧରି ଚାଲିବ। ଜାତୀୟ ସମ୍ମିଳନୀର ଉଦଘାଟନି ଉତ୍ସବରେ କାନସଵାହାଲ ଇଏସଆଇ ହସ୍ପିଟାଲର ଅଧିକ୍ଷକ ତଥା ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର କୃତାର୍ଥ ତଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉଦଘାଟନି ଉତ୍ସବରେ ଜେପି ହସ୍ପିଟାଲର ଅଧିକ୍ଷକ ଡକ୍ଟର ସୁଚିତ୍ରା ମିଶ୍ର, ଜେପି ହସ୍ପିଟାଲର ନର୍ସିଂ ଅଧିକ୍ଷକ ଵନି ଆରୋରା, ଜେପି ନର୍ସିଂ କଲେଜର ପ୍ରିନସିପାଲ ସତିଶ କୁମାର ଅତିଥି ଭାବେ ଯୋଗ ଦେଇଥିଲେ। ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନର ୪ ଶହରୁ ଅଧିକ ନର୍ସିଂ କର୍ମଚାରୀ ଯୋଗ ଦେଇଛନ୍ତି। ଏହି ଅବସରରେ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Latest Posts

Don't Miss