ଘରେ ଘରେ ହେବ ଟିକାକରଣ, ବୟସ୍କ ଓ ଦିବ୍ୟାଙ୍ଗ ହେବେ ଉପକୃତ
ଗଞ୍ଜାମ: ବିକାଶ ଦୂଆର ମୁହଁରେ ପହଁଚିବ ଟିକା ବହ୍ମପୁର ମହାନଗର ନିଗମ ଦେଲା ସୂଚନା । ଘରେ ଘରେ ହେବ ଟିକାକରଣ । ବ୍ରହ୍ମପୁର ମହାନଗର ନିଗମ ତରଫରୁ ନିଆଯାଇଛି ଏହି ସ୍ୱତନ୍ତ୍ର ପଦକ୍ଷେପ । ବ୍ରହ୍ମପୁରର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସହଜରେ ଘରେ ଉପଲବ୍ଧ ହେବ ଟିକା । ସେଥିପାଇଁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି । ସୂଚନା ଦେଲେ ଗଞାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରରେ ଲମ୍ବା ଲାଇନ ଧରି ଛିଡାହେବାକୁ ପଡୁଛି । ସେଥିପାଇଁ ବୟସ୍କ ଲୋକ ଓ ଦିବ୍ୟାଙ୍ଗ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁକରି ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ଏଣିକି ଘରେ ଘରେ ଟିକା ବଣ୍ଟନର ବ୍ୟବସ୍ଥା ହେବ । ସହଜରେ ଓ ସୁବିଧାରେ ସମସ୍ତଙ୍କୁ ଟିକା ଯୋଗାଇଦିଆଯିବ । ବୟସ୍କ ନାଗରିକମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହା ଓଡିଶାରେ ପ୍ରଥମଥର ପାଇଁ ହୋଇଛି । ଏହିଭଳି ପଦକ୍ଷେପ ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ।
