spot_img

Latest Posts

ଖିଲାଡ଼ି କୁମାରଙ୍କ ‘ବଚ୍ଚନ ପାଣ୍ଡେ’ ରିଲଜ ହେବା ପରେ ଫ୍ୟାନ୍ସ ଦେଲେ ଏମିତି ଉତ୍ତର

ମୁମ୍ବାଇ: ରିଲିଜ ହୋଇଯାଇଛି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’। ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ରକୁ ଅକ୍ଷୟଙ୍କ ପ୍ରଶଂସକମାନେ ଅପେକ୍ଷା କରି ରହିଥିଲେ। ଚଳଚ୍ଚିତ୍ରଟି କେବଳ ରିଲିଜ୍‌ ହୋଇନାହିଁ, ବରଂ ଏହି ଫିଲ୍ମଟିକୁ ଦେଖିବା ପରେ ପ୍ରଶଂସକଙ୍କ ଟ୍ବିଟର୍‌ରେ ଏହାକୁ ନେଇ ଚର୍ଚ୍ଚା ଜୋରଦାର କରିଛନ୍ତି । କିଛି ପ୍ରଶଂସକ ଚଳଚ୍ଚିତ୍ରଟିକୁ ଦେଖିବା ପରେ ପ୍ରଶଂସା କରିଥିବା ବେଳେ ଅନ୍ୟ କିଛି ଲୋକ ଏହି ଚଳଚିତ୍ରକୁ ନାପସନ୍ଦ ମଧ୍ୟ କରିଛନ୍ତି ।

https://twitter.com/1Vishwajitrao/status/1504691234006179842?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1504691234006179842%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Fentertainment%2Fbollywood-news%2Fstory%2Fbachchhan-paandey-public-review-akshay-kumar-movie-twitter-mixed-reaction-boycott-bachchhan-paandey-trends-tmov-1430833-2022-03-18

ତେବେ ଟ୍ୱିଟରରେ ଚଳଚିତ୍ରକୁ ନେଇ ଅନେକ କମେଣ୍ଟ ଆସିଛି କେହି କେହି ଏହି ଫିଲ୍ମର ପ୍ରସଂଶା କରିଥିବା ବେଳେ କେହି କେହି ଏହାକୁ ବୟକଟ୍‌ କରିବାକୁ ଟ୍ବିଟ୍‌ କରିଛନ୍ତି । ଏବଂ ଅନ୍ୟ କେତେଜଣ ଫିଲ୍ମ ବୋରିଂ ବୋଲି ମଧ୍ୟ ଟ୍ୱିଟ କରିଛନ୍ତି । ଚଳଚ୍ଚିତ୍ରଟିରେ ଦର୍ଶକ କମେଡି, ଆକ୍ସନ ସବୁକିଛି ଦେଖିବାକୁ ପାଇଛନ୍ତି।

https://twitter.com/Shivani_Rathorr/status/1504696609015476225?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1504696609015476225%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Fentertainment%2Fbollywood-news%2Fstory%2Fbachchhan-paandey-public-review-akshay-kumar-movie-twitter-mixed-reaction-boycott-bachchhan-paandey-trends-tmov-1430833-2022-03-18

ସୂଚନା ଅନୁସାରେ, ଚଳଚିତ୍ରରେ ଅକ୍ଷୟ କୁମାର ଓ କୃତି ସନନଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅସଦ ବାରସୀ, ସ୍ନେହାଲ୍ ଦାବୀ, ପଙ୍କଜ ତ୍ରିପାଠୀ, ପ୍ରତୀକ ବବ୍ବର, ଅଭିମନ୍ୟୁ ସିଂହ ଏବଂ ଶରଶ କୁମାର ଶୁକ୍ଳା ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ‘ବଚ୍ଚନ ପାଣ୍ଡେ’ ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସାଜିଦ ନଦିଆୱାଲା ଥିଲେ । ତେବେ ଫିଲ୍ମଟି ବୁକିଂ ବେଳେ ଭଲ ରୋଜଗାର କରିଥିଲା । କିନ୍ତୁ ବକ୍ସ ଅଫିସରେ ବର୍ତ୍ତମାନ ଅନୁପମ ଖେରଙ୍କ ଫିଲ୍ମ ଦି କାଶ୍ମୀର ଫାଇଲସ ଅକ୍ଷୟ କୁମାରଙ୍କ ଫିଲ୍ମକୁ ଟକ୍କର ଦେଇଛି ।

Latest Posts

Don't Miss