ଖାଦ୍ୟ ଖୋଜୁ ଖୋଜୁ ଜାଲରେ ଫସିଗଲା ମାଙ୍କଡ ଛୁଆ, ରେସ୍କ୍ୟୁ କଲେ ସ୍ୱେଚ୍ଛାସେବୀ

1 min read

ଭଦ୍ରକ: ଜାଲ ଭିତରୁ ମାଙ୍କଡ଼ ଛୁଆକୁ ଉଦ୍ଧାର କରିଲେ ସ୍ୱେଛାସେବୀ ସଙ୍ଗଠନ ।  ଜାଲ ମଧ୍ୟରେ ଫସିରହି କଲବଲ ହେଉଥିବା କୁନି ମାଙ୍କଡ଼ର ଜୀବନ ବଞ୍ଚାଇଲେ ଫ୍ରେଣ୍ଡ୍ସ ଗ୍ରୁପ ସ୍ୱେଛାସେବୀ ସଙ୍ଗଠନ । ଘଟଣାକ୍ରମ ଅନୁଯାୟୀ, କୁନି ମାଙ୍କଡ଼ଟି ଖାଦ୍ୟ ଅନ୍ୱେଷଣରେ ଆସି ଜାଲରେ ଫସି ଯାଇଥିଲା  । ଆଜି ଚରମ୍ପା ବରାଳପୋଖରୀ ଗ୍ରାମର ରମେଶ ସାହୁଙ୍କ ଘର ଛାତ ଉପରେ ଏକ କୁନି ମାଙ୍କଡ ଟି ଜାଲ ରେ ପୁରା ଗୁଡେଇ ଯାଇଥିଲା ।

ଜାଲରୁ ବାହାରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରୁନଥିଲା  । ଜୀବନ ବିକଳରେ ଜାଲ ମଧ୍ୟରେ ଛଟ ପଟ ହୋଇ ଚିତ୍କାର ଛାଡୁଥିଲା ଏହି କୁନି ମାଙ୍କଡ଼  । ଏହି ଖବର ଫ୍ରେଣ୍ଡ୍ସ ଗ୍ରୁପର ସଦସ୍ୟ ମାନେ ଜାଣିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କର ଅପରେସନ ଆରମ୍ଭ କରିଥିଲେ  । ଜାଲ ଟିକୁ କାଟି କୁନି ମାଙ୍କଡ଼ କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ  । ଜାଲରୁ ବାହାରିବା ପରେ କୁନି ମାଙ୍କଡ଼ଟି ଦୌଡ଼ି ବାହାରକୁ ପଳାଇଥିଲା  । ସେପଟେ  ଫ୍ରେଣ୍ଡ୍ସ ଗ୍ରୁପର ସଦସ୍ୟ ମାନଙ୍କର ଏଭଳି କାର୍ଯ୍ୟକୁ ସାଧରଣରେ ପ୍ରଶଂସା କରାଯାଇଛି  ।

Opn Commnet Area

Leave a Reply

Your email address will not be published. Required fields are marked *