ନୂଆଦିଲ୍ଲୀ: ସୋମବାର ରେଳ ରୋକ ଆନ୍ଦୋଳନ । ୬ ଘଣ୍ଟିଆ ରେଳ ରୋକ ପାଇଁ ଡାକରା ଦେଇଛି ଚାଷୀ ସଙ୍ଗଠନ । ଭାରତୀୟ କିଷାନ ୟୁନିୟନ ଏହି ଡାକରା ଦେଇଥିବାବେଳେ ଏହାକୁ ସଫଳ କରିବା ପାଇଁ ସମସ୍ତ ଚାଷୀ ସଙ୍ଗଠନକୁ ଆହ୍ବାନ ଦିଆଯାଇଛି । ସମସ୍ତ ଚାଷୀ ନେତା ୬ ଘଣ୍ଟା ପାଇଁ ରେଲଓ୍ବେ ଷ୍ଟେସନରେ ରେଳ ରୋକିବା ପାଇଁ ଅପିଲ୍ କରିଛି ଭାରତୀୟ କିଷାନ ୟୁନିୟନ ।
ତିନି କୃଷି ଆଇନ୍ ପ୍ରତ୍ୟାହାର, ଏମଏସପିରେ ଫସଲ କିଣିବାର ଗ୍ୟାରେଣ୍ଟି ଓ ୟୁପି ଲଖିମପୁର ଚାଷୀ ହତ୍ୟାକାଣ୍ଡକୁ ନେଇ ଏହି ରେଳ ରୋକ ଡାକରା ଦିଆଯାଇଛି । ଚାଷୀ ସଙ୍ଗଠନର ରେଳ ରୋକ ଡାକରାକୁ ଅନେକ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ତିନି କୃଷି ଆଇନ୍ ବିରୋଧରେ ଦୀର୍ଘ ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । କେନ୍ଦ୍ର ସରକାର ଆଇନ୍ ପ୍ରତ୍ୟାହାର କରିବା ପାଇଁ ଦାବି ଜୋର ଧରିଥିବାବେଳେ ୟୁପି, ପଞ୍ଜାବ, ହରିୟାଣାରେ ଚାଷୀ ସଙ୍ଗଠନ ମହାପଞ୍ଚାୟତ କରି ନିଜର ଦାବି ରଖୁଛନ୍ତି ।

