ଓଡ଼ିଶାକୁ କେବେ ମିଳିବ ଦ୍ୱିତୀୟ ଏମସ ? ‘କେନ୍ଦ୍ର ନକଲେ ନିଜ ଦମରେ ରାଜ୍ୟ କରିବ ମେଡିକାଲ କଲେଜ’

1 min read

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ରହିଛି ଆଉ ଏକ ଏମସ୍ ଅର୍ଥାତ ଦ୍ୱିତୀୟ ଏମସ୍  । ରାଜ୍ୟ ସରକାର ବାରମ୍ବାର ଦାବି ଜଣାଇଲେ, କେନ୍ଦ୍ର ସରକାର ମଧ୍ୟ ଏନେଇ ଏକ ସ୍ୱତନ୍ତ୍ର ପ୍ରତିନିଧି ଟିମ ଆସି କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି  । କିନ୍ତୁ ନା ଅଛି ପ୍ରତିକ୍ରିୟା ନା କୌଣସି ସୂଚନା  ? ତେଣୁ ଓଡ଼ିଶାରେ ଦ୍ୱିତୀୟ ଏମସ୍ ନିର୍ମାଣ ହେବା ନେଇ ଏବେ ମଧ୍ୟ ଅନିଶ୍ଚିତତାରେ ରାଜ୍ୟ ସରକାର  । ଏନେଇ ବିଧାନସଭାରେ ଉଠିଲା କେନ୍ଦ୍ରର ନିଷ୍କ୍ରିୟତା ପ୍ରସଙ୍ଗ । ଓଡ଼ିଶାରେ ଦ୍ବିତୀୟ ଏମସ ନିର୍ମାଣ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରି କୌଣସି ପଦକ୍ଷେପ ନେଉନାହାଁନ୍ତି  ।

ପ୍ରକଳ୍ପ ଆରମ୍ଭ ହେବାକୁ କେନ୍ଦ୍ରକୁ ରାଜ୍ୟ ବାରମ୍ବାର ଦାବି ଜଣାଉଥିଲେ ମଧ୍ୟ କେନ୍ଦ୍ର ଭଣ୍ଡେଇ ଚାଲିଛି । ରାଜ୍ୟ ସରକାର ୨ଶହ ଏକର ଜମି ଏବଂ ଡିଏମ୍ଏଫ୍ ଫଣ୍ଡରୁ ଟଙ୍କା ଓ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଦ୍ବିତୀୟ ଏମ୍ସ କରିବେ କି ନାହିଁ  ସ୍ପଷ୍ଟ ସୂଚନା ଦେଉ ନାହାଁନ୍ତି । ଗତ ଏପ୍ରିଲ ମାସରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କ ସହ କ୍ଷେତ୍ର ପରିଦର୍ଶନ କରି ଭିତ୍ତିଭୂମି ମଧ୍ୟ ଦେଖିଥିଲେ । ହେଲେ କେନ୍ଦ୍ର ଏ ଦିଗରେ ପାଦେ ବି ଆଗେଇନି ।

ସେପଟେ କେନ୍ଦ୍ର ସରକାର ଯଦି ଦ୍ୱିତୀୟ ଏମସ ନିର୍ମାଣ ନକରନ୍ତି ତେବେ ରାଜ୍ୟ ସରକାର ନିଜ ଦମରେ ମେଡିକାଲ କଲେଜ କରିବେ ବୋଲି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ  ନବକିଶୋର ଦାସ  । ଆସନ୍ତା ବର୍ଷ ସୁନ୍ଦରଗଡ଼ରେ କାର୍ଯ୍ୟକାରୀ ହେବ ମେଡିକାଲ କଲେଜ । ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି । ୧୦୦ ସିଟ୍ ଓ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କାମ ଆରମ୍ଭ ହୋଇଛି । ଏଥିରେ ୨୭୧ଜଣ ଟିଚିଙ୍ଗ୍ ଓ ନନ୍-ଟିଚିଙ୍ଗ୍ ଷ୍ଟାଫ ରହିବେ । NTPCର ସହଭାଗିତାରେ ମେଡିକାଲ କଲେଜ ହେଉଛି । ଆସନ୍ତା ୨୦୨୨-୨୩ ଶିକ୍ଷା ବର୍ଷରୁ ଆଡମିଶନ ପାଇଁ ପଦକ୍ଷେପ ନିଆଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ  ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner