ଏଣିକି ଡଙ୍ଗରେ ଏଲପିଜି ଆଣିବ ଭାରତ, ରନ୍ଧନ ଗ୍ୟାସ ପରିବହନରେ ବ୍ୟବହୃତ ହେବ ନଦୀପଥ

1 min read

ନୂଆଦିଲ୍ଲୀ: ଏଣିକି ଡଙ୍ଗରେ ଆସିବ ଏଲପିଜି। ଦେଶର ବିସ୍ତୃତ ନଦୀପଥକୁ ରନ୍ଧନ ଗ୍ୟାସ ପରିବହନ ପାଇଁ ବ୍ୟବହାର କରିବା ଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଏବେ ଯେଉଁଭଳି ରାସ୍ତା ଉପରେ ଟ୍ରକ୍ ଯୋଗେ ଏଲପିଜି ଟାଙ୍କି ବୁହା ହେଉଛି ତାହା ନ ହୋଇ ଦେଶର ସାମୁଦ୍ରିକ ଓ ବିଭିନ୍ନ ନଦୀପଥକୁ ବିଭିନ୍ନ ବନ୍ଦର ଏବଂ ଜେଟି ସହ ସଂଯୋଗ କରାଯିବ। ସେଠାରୁ ସ୍ବତନ୍ତ୍ର ଭାବେ ନିର୍ମିତ ଡଙ୍ଗାରେ ଏଲପିଜି ଭର୍ତ୍ତି କରାଯାଇ ଅନ୍ୟ ବନ୍ଦର ବା ଜେଟିକୁ ପଠାଯିବ।

ପ୍ରଦୂଷଣ କମାଇବା ତଥା ପରିବହନ ଜନିତ ଖର୍ଚକୁ ଲାଘବ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି। ଏବେ ଦେଶରେ ଏଲପିଜି ପରିବହନ ଏକ ଚିନ୍ତାଜନକ ବ୍ୟାପାର ରହିଛି। ଏଥିରେ ଯେଉଁ ଖର୍ଚ ହେଉଛି ତାହା ସମୁଦାୟ ଜିଡିପିର ୧୩ରୁ ୧୪ ପ୍ରତିଶତ। ଅନ୍ୟ ଦେଶମାନଙ୍କରେ ଏହା ୮ ପ୍ରତିଶତରେ ସୀମିତ ଥିବା ବେଳେ ଆମ ଦେଶରେ ସରକାର ସମସ୍ତଙ୍କ ପାଖରେ ଏଲ୍ପିଜି ପହଞ୍ଚାଇବାର ଯେଉଁ ଯୋଜନା ଆରମ୍ଭ କରିଛନ୍ତି ତାହା ଏହି ପରିବହନ ଖର୍ଚକୁ ଆହୁରି ବଢ଼ାଇବା ନେଇ ଆଶଙ୍କା ସୃଷ୍ଟି କରିଛି।

ଏହିଖର୍ଚକୁ କମାଇବା ପାଇଁ ଜଳପଥକୁ ବ୍ୟବହାର କରିବା ପାଇଁ ଯେଉଁ ବିକଳ୍ପ ଖୋଜାଯାଇଛି ତାହାକୁ ନିଣ୍ଣାୟକ ରୂପ ଦେବା ପାଇଁ ଭାରତର ଆଭ୍ୟନ୍ତରୀଣ ଜଳପଥ ପରିବହନ ପ୍ରାଧୀକରଣ ଏବଂ ବିଶ୍ବର ଏକ ଖ୍ୟାତନାମା ଗ୍ୟାସ ପରିବହନକାରୀ ଏମ୍ଓଏଲ୍ ଗ୍ରୁପ୍ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ଚୁକ୍ତିନାମା ଅନୁସାରେ ସରକାର ହଲଦିଆ, ସାହିବ ଗଞ୍ଜ ଏବଂ ବାରଣାସୀଠାରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଇବେ।

ସେଠାରୁ ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ବ୍ୟବସ୍ଥାରେ ଏଲ୍ପିଜି ଗ୍ୟାସ୍ ଦେଶର ବିଭିନ୍ନ ବନ୍ଦର ଓ ଜେଟିକୁ ସ୍ଥାନାନ୍ତର କରାଯିବ। ଏହି ସ୍ବତନ୍ତ୍ର ଡଙ୍ଗାରେସଂଯୋଗ ହୋଇଥିବା ଟାଙ୍କି ସମ୍ପୂଣ୍ଣ ଭାବେ ନିବୁଜ ରହିବା ସହ ସମସ୍ତ ନିରାପତ୍ତା ବ୍ୟବସ୍ଥାକୁ ପାଳନ କରିବ। ଯେହେତୁ ବନ୍ଦରରେ ଥିବା ଗ୍ୟାସ ଡିପୋରୁ ଏହି ଟାଙ୍କିକୁ ଗ୍ୟାସ ପାଇପ୍ ଯୋଗ୍ୟ ଅତ୍ୟାଧୁନିକ ବ୍ୟବସ୍ଥାରେ କରାଯିବ ସେଥିରେ ପରିବହନ ଜନିତ ସମସ୍ୟା ରହିବ ନାହିଁ। ତା ଛଡ଼ା ବିଭିନ୍ନ ନଈ ରେ ଏହି ଡଙ୍ଗା ଭାସିବା ବ୍ୟବସ୍ଥା ହୋଇଥିବାରୁ ଦୂର୍ଗମ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଅଳ୍ପ ସମୟରେ ଏଲ୍ପିଜି ସହଜରେ ଉପଲବ୍ଧ ହୋଇପାରିବ।

ଏବେ ଦେଶର ୬୦ ପ୍ରତିଶତ ଏଲ୍ପିଜି ପରିବହନ ପାଇଁ ସଡ଼କ ବ୍ୟବସ୍ଥ ବ୍ୟବହାର କରାଯାଉଛି। ଏହି ବ୍ୟବସ୍ଥାରେ ଗୋଟିଏ ମେଟ୍ରିକ୍ ଟନ୍ ରନ୍ଧନ ଗ୍ୟାସକୁ ଗୋଟିଏ କିଲୋମିଟର ନେବା ପାଇଁ ୫ରୁ ୬ଟଙ୍କା ଖର୍ଚ ହେଉଛି। ତା’ଛଡ଼ା ଗୋଟିଏ ଟ୍ରକ୍ ସର୍ବାଧିକ ୧୭ ମେଟ୍ରିକ୍ ଟନ୍ ଗ୍ୟାସ ସ୍ଥାନାନ୍ତର କରିପାରୁଛି। କିନ୍ତୁ ଜଳ ପରିବହନ ଏହି ଅସୁବିଧା ରହିବ ନାହିଁ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner